Posted inRasifala

ରାଶିଫଳ: ବୁଧବାର, ଫେବୃଆରୀ ୨୧ ତାରିଖ – Daily Horoscope

ମେଷ
ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ପଡ଼ୋଶୀମାନେ ଭଲ କାମ କଲେ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେବେ। କଳା, ସାହିତ୍ୟ, ସାମ୍ବାଦିକତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ ତରଫରୁ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ଅର୍ଜନ କରିବେ।
ବୃଷ
ବୃଷ
ପରିବାରର କେତେକ ଅକୁହା ବିଷୟରେ ଚିନ୍ତା କରି ମାନସିକ ସ୍ତରରେ ଅଶାନ୍ତ ରହିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଖର୍ଚ୍ଚ ବଢ଼ିବାରୁ ହାତ ସବୁବେଳେ ଖାଲି ରହିବା କାରଣରୁ ନିରୁତ୍ସାହିତ ରହିପାରନ୍ତି। ସଭାସମିତି ଓ ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବାକୁ ପଡ଼ିପାରେ। ଅଯଥା ବଡଭାଇପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦଫଳ ଭୋଗିବାକୁ ପଡ଼ିବ। ସ୍ବାସ୍ଥ୍ୟରେ କିଛି ବ୍ୟତିକ୍ରମର ସୂଚନା ପାଇ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଉପରୁ ଭରସା ହରାଇବା ପରେ ଆମତ୍ନିର୍ଭରଶୀଳ ହେବାକୁ ଶ୍ରେୟ ମନେକରିବେ।
କର୍କଟ
କର୍କଟ
କର୍ମବ୍ୟସ୍ତତା ମଧ୍ୟରେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହୋଇପାରନ୍ତି। କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନସନ୍‌ ଦୂର ହେବାରେ ବନ୍ଧୁଙ୍କ ଅବଦାନ ରହିବ। ନୂତନ ବନ୍ଧୁସମ୍ପର୍କ ସ୍ଥାପିତ ହେତୁ ସାମୟିକ ଖୁସି ରହିପାରନ୍ତି।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ। ସଂଘର୍ଷମୂଳକ ପରିସ୍ଥିତିରେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହୋଇପାରନ୍ତି। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ମଧ୍ୟ ଆଶଙ୍କା ଦେଖାଦେଇପାରେ।
କନ୍ୟା
ଗୁରୁତ୍ୱପୂର୍ଣ୍ଣ କାମଟି ସକାଶେ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟ ହେବ। ବିଚଳିତ ମାନସିକତା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବାର ଆଶଙ୍କା ରହିଛି। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ। ସ୍ବାସ୍ଥ୍ୟହାନିଜନିତ କିଛି ଦୁଃଖଦ ଖବର ପାଇ ହଠାତ୍‌ ଜଣେ ବନ୍ଧୁଙ୍କୁ ଦେଖିବା ପାଇଁ ମନ ଛଟପଟ ହେବ। କଳା, ସାହିତ୍ୟ, ସାମ୍ବାଦିକତା, ଆଇନ ଓ ଅଦାଲତକ୍ଷେତ୍ରରୁ ଶୁଭଫଳ ପାଇବେ। ପରିବାରରେ ପିଲାମାନଙ୍କ ବିଶୃଙ୍ଖଲିତ ଆଚରଣ ଦୁଶ୍ଚିନ୍ତାର କାରଣ ହେବ।
ବିଛା
ବିଛା
ବିଫଳ ମନୋରଥର ପ୍ରତିକ୍ରିୟା ସ୍ବରୂପ ଟିକିଏ କଥାରେ ରାଗି ପାରନ୍ତି। ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ରାଜନୀତି, ସାମ୍ବାଦିକତା,ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ସାହିତ୍ୟ ଓ କଳା, ସଂଗୀତ, ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ ଏବଂ ସମସ୍ୟା ମଧ୍ୟ ସମାଧାନ ହୋଇଯିବ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମରେ ଅଣହେଳା କରିପାରିବେ ନାହିଁ। ସକାଳୁ ମନ ଭଲ ନ ଥିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ଦୂରଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପରୋକ୍ଷ ଶତ୍ରୁତା କାରଣରୁ ଗୁରୁତ୍ୱପୂର୍ଣ୍ଣ କାମଟିକୁ ସମ୍ପନ୍ନ କରିପାରିବେ ନାହିଁ।
ମକର
ମକର
ପୁରାତନ ରୋଗରେ କଷ୍ଟ ପାଇବେ। ପୂର୍ବର ତିକ୍ତ ସମ୍ପର୍କକୁ କେନ୍ଦ୍ରକରି ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା ପୂର୍ବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ପରିବାରରେ ସୁଖ ଶାନ୍ତି ଫେରି ଆସିବା ସକାଶେ ନିଜକୁ କିଛିମାତ୍ରାରେ ସ୍ବାର୍ଥ ତ୍ୟାଗ କରିବାକୁ ପଡ଼ିପାରେ। ପଡ଼ୋଶୀମାନେ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା କଳହ କରିପାରନ୍ତି। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ; ଯାହା କି ମୁଣ୍ଡବ୍ୟଥାର କାରଣ ହୋଇପାରେ। ଘର କଥା ଚିନ୍ତା କରି ମନରେ ଅସନ୍ତୋଷ ଭରି ରହିବ।
ମୀନମୀନ

ସ୍ଥଗିତକାମକୁ ସମ୍ପନ୍ନ କରିବାରେ କୌଣସି ସହକର୍ମୀଙ୍କ ସାହାଯ୍ୟ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ପରିଶେଷରେ ଆପଣ ହିଁ ସଫଳତା ହାସଲ କରିବେ। ବ୍ୟବସାୟ ଓ ବାଣିଜ୍ୟକ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri