Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ କଡ଼ା କଥା କହି ଅପ୍ରିୟତା କିମ୍ବା କଳହଜନିତ ଅଶାନ୍ତିର ସମ୍ଭାବନା ରହିଛି। ଦ୍ୱିଜା ନକ୍ଷତ୍ର ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ କଟିବ। ଦୀର୍ଘ ସମୟ କାର୍ଯ୍ୟବ୍ୟସ୍ତ ରହି ଏକପ୍ରକାର କ୍ଳାନ୍ତି ଅନୁଭବ କରିପାରନ୍ତି।
ବୃଷ
ବୃଷ
କୌଣସି କ୍ଷେତ୍ରରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି। ଆର୍ଥିକ ଅନଟନ ମନସ୍ତାପର କାରଣ ହୋଇପାରେ। ଆମତ୍ୀୟସ୍ବଜନମାନେ ସ୍ବାର୍ଥସାଧନ ମାନସରେ ମନଗଢ଼ା କଥା କହି ପ୍ରଲୋଭିତ କରିପାରନ୍ତି। ରୋହିଣୀ ନକ୍ଷତ୍ରର ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ା
ମିଥୁନ
ମିଥୁନ
ଆଜି ଯୁଆଡ଼େ ଯାଆନ୍ତୁନା କାହିଁକି ଖାଲି ମନମତାଣିଆ କଥା, ହସଖୁସିର ପରିବେଶ ଭିତରେ ନିଜକୁ ହଜାଇ ଦେବେ। ମାତ୍ର ମୃଗଶିରା ନକ୍ଷତ୍ର ଆମତ୍ବଡ଼ିମା ପ୍ରକାଶ କରି ଉପହସିତ ହେବାକୁ ପଡ଼ିପାରେ। ଦୀର୍ଘ ଦିନ ହେଲା ଯାହା ଖୋଜୁଥିବେ ତାହା ନ ପାଇ ଅଶାନ୍ତ ରହିବେ। କଳା, ସାହିତ୍ୟ ଓ ସଙ୍ଗୀତ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କର୍କଟ
କର୍କଟ
ମାନସିକ ସ୍ଥିତି ଭଲ ନ ଥିବା କାରଣରୁ କୌଣସି କଥା ଭଲ ଲାଗିବ ନାହିଁ। କର୍ମକ୍ଷେତ୍ରରେ ଉପର ଅଧିକାରୀ ଆପଣଙ୍କ ଉପରେ ଖପ୍ପା ହୋଇପାରନ୍ତି। ସାମାଜିକ ସ୍ତରରେ ସୁଯୋଗର ସଦ୍‌ବ୍ୟବହାର କରିପାରିବା କଷ୍ଟକର ହୋଇପଡିବ। ପୁଷ୍ୟା ନକ୍ଷତ୍ର ଘରକୁ ଫେରିବା ବେଳକୁ କିଛି ମନୋରଞ୍ଜନ ଜିନିଷ କ୍ରୟ କରି ଆଣିପାରନ୍ତି।
ସି˚ହ
ସି˚ହ
ପରିବାରରେ ଅସ୍ବାଭାବିକ ପରିସ୍ଥିତିକୁ ସାମ୍‌ନା କରି ଚିନ୍ତା ସାଗରରେ ଭାସି ବୁଲିବେ। ଏଣେ ପିଲାଙ୍କ ଜଞ୍ଜାଳ, ତେଣେ ନିଜର ସଉକ ପରସ୍ପର ବିପରୀତ କଥାରେ ମନ ଦୋଳାୟମାନ ହୋଇପାରେ। ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ପୂର୍ବା ଫାଲଗୁନୀ ନକ୍ଷତ୍ର ଉପରିସ୍ଥଙ୍କୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜିବାରେ ସମର୍ଥ ହେବେ। ହସ୍ତା ନକ୍ଷତ୍ର କୌଣସି ଘଟଣାର ତର୍ଜମା କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଆକସ୍ମିକ ଆବଶ୍ୟକତା ହେତୁ ଧାର କରଜ କରି କାମ ଚଳାଇ ନେବେ। ମନପସନ୍ଦର ଜିନିଷ କିଣିବା ସକାଶେ ମନକଥା ଘରେ ପ୍ରକାଶ କରି କିଛି ଆଶ୍ୱାସନା ପାଇବେ।
ତୁଳା
ତୁଳା
ସାଧାରଣ କଥାକୁ କେନ୍ଦ୍ରକରି ଘରେ ସଦାବେଳେ ଅଶାନ୍ତି ଲାଗି ରହୁଥିବାରୁ ମନ ଭଲ ରହିବ ନାହିଁ। କିନ୍ତୁ କୌଣସି କାମ ଅଟକିବାର ନାହିଁ, ଯେତେ କଷ୍ଟ ହେଲେ ମଧ୍ୟ କରିବା ପାଇଁ ବାଧ୍ୟ ହେବେ। ସାମୂହିକ କାର୍ଯ୍ୟରେ ନିଜକୁ ଆଗରେ ରଖିପାରିବେ ନାହିଁ। କିନ୍ତୁ ସ୍ବାତୀ ନକ୍ଷତ୍ର ଆଗାମୀ ଆନୁଷ୍ଠାନିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
ବିଛା
ବିଛା
ଆଜିର କାମଗୁଡ଼ିକ ସମ୍ପନ୍ନରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯେଉଁଠାରେ ରହୁଛନ୍ତି ସେଠାରେ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଅନୁରାଧା ନକ୍ଷତ୍ରର ପାରିବାରିକ ସ୍ଥିତି କେତେକାଂଶରେ ଭଲ ଦିଗକୁ ଗତି କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହୋଇପାରନ୍ତି।
ଧନୁ
ଧନୁ
ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ମନ ଭାରାକ୍ରାନ୍ତ ରହିବ। ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ପାରିବାରିକ ଜୀବନରେ ଅଶାନ୍ତିର କାରଣ ହୋଇପାରେ। ସନ୍ତାନ, ଶିକ୍ଷା ଓ ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ପାଇବେ। ଅଫିସ କାମରେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ମୂଳା ନକ୍ଷତ୍ର ସକାଶେ ଆଜି ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।
ମକର
ମକର
ସକାଳୁ ସକାଳୁ କୌଣସି ବିରକ୍ତିକର ଖବର ମନକୁ ନିରସ କରିଦେଇପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ଆଶଙ୍କା ରହିଛି। ଅତି ଭଲ ସମ୍ପର୍କ ଥିବା ଲୋକ ପାଖରେ ଭୁଲ କାମ କରି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ଧନିଷ୍ଠା ନକ୍ଷତ୍ରର କଚେରି ମାମଲା ଦୁଶ୍ଚିନ୍ତାର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ଅବଶ୍ୟ ସଫଳତା ବିଳମ୍ବରେ ପ୍ରାପ୍ତ ହେବ। ଅପରାହ୍ନରେ ନିଜର ଆମତ୍ୀୟା ଜଣେ ସାହାଯ୍ୟକାରିଣୀ ସାଜିପାରନ୍ତି। ଶତଭିଷା ନକ୍ଷତ୍ରର ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। ନିଜର ସମସ୍ୟାକୁ ସମାଧାନ ନ କରି ପରକଥାରେ ମୁଣ୍ଡ ପୂରାନ୍ତୁ ନାହଁି।
ମୀନମୀନ

କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ। ପରିଜନଙ୍କ ସହିତ ଆଲୋଚନାରେ ଅଧିକ ସମୟ କଟାଇବେ। ରେବତୀ ନକ୍ଷତ୍ର ଶୃଙ୍ଖଳା ରକ୍ଷା କରିବା ଦିଗରେ ପ୍ରଶାସନିକ ସ୍ତରରେ ଉଦ୍ୟମ କରିପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ ନୂତନ କାର୍ଯ୍ୟରେ ହାତ ଦେଇ କାର୍ଯ୍ୟ ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ମଙ୍ଗଳଙ୍କ ଦୁର୍ବଳତା ଓ ଶୁକ୍ରଙ୍କ ସବଳତା ହେତୁ ବାଦବିବାଦରୁ ଦୂରେଇ ରହିବା ଭଲ। ଅଟକି ରହିଥିବା କାମଗୁଡ଼ିକ ଯୋଗୁ ଶାନ୍ତି ବ୍ୟାହତ ହେବ। ପରିସ୍ଥିତିକୁ...

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ବିଚାରବୁଦ୍ଧି, ଦୂରଦର୍ଶିତା ଏବଂ ନ୍ୟାୟୋଚିତ ଦିଗ୍‌ଦର୍ଶନ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ରବିଙ୍କ ଦୁର୍ବଳତା କାରଣରୁ କୃତ୍ତିକା ନକ୍ଷତ୍ରର ମାନସିକ ସ୍ତରରେ ଏକାଧିକ ସମସ୍ୟା ଦୁଶ୍ଚିନ୍ତାର...

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଶନି ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ଅଚାନକ ଭାବରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭଲ ସମ୍ପର୍କ ରହିଥିବା ବନ୍ଧୁମାନେ ଜମା ଆପଣଙ୍କ ପାଖ...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଆଜି ତୃତୀୟ ସ୍ଥାନରେ ରାଶ୍ୟାଧିପ ଚତୁର୍ଥ କେନ୍ଦ୍ରାଧିପତିଙ୍କ ସହ ଅବସ୍ଥାନ କରି ବନ୍ଧୁଙ୍କ ସାହାଯ୍ୟ ଲାଭକରି ପାରିବେ। ରାହୁଙ୍କ ପ୍ରଭାବରେ ନୂତନ ସ୍ଥାନ ପରିଦର୍ଶନର...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଆଜି ଦିନଟି ବନ୍ଧୁଙ୍କ ସହ ଯାତ୍ରାକାଳୀନ ସୁମଧୁର ଅନୁଭୂତିକୁ ନେଇ ବିତିବ। ଜମିଜମା, ଗାଡ଼ିମୋଟର, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଆଶଙ୍କା ରହିଛି। ସ୍ବାସ୍ଥ୍ୟ...

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ ଆଜିର ଚତୁର୍ଥାଧିପ ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିବାକୁ...

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସକାଳୁ ପ୍ରିୟଜନଙ୍କ ସହ କାର୍ଯ୍ୟାରମ୍ଭର ଯୋଜନା କରିପାରନ୍ତି। ଧାର ନେଇଥିବା ବ୍ୟକ୍ତିଟି ପରିଶୋଧର ପ୍ରତିଶ୍ରୁତି ଦେଇ ଟାଳଟୁଳ ନୀତି ଅବଲମ୍ବନ କରିବେ। ହୋଟେଲ...

ରାଶିଫଳ: ରବିବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିନପାରେ। କୃତ୍ତିକା ନକ୍ଷତ୍ର ସକାଶେ ସାଧାରଣ ଘଟଣାକୁ କେନ୍ଦ୍ର କରି ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri