Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୨୨ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ତର୍କବିତର୍କ କାରଣରୁ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। କିନ୍ତୁ ବନ୍ଧୁଙ୍କ କାମରେ ଠିକ୍‌ ପରାମର୍ଶ ଦେଇ ଅନ୍ୟମାନଙ୍କ ପ୍ରଶଂସାର ପାତ୍ର ହେବେ। ବାଧ୍ୟବାଧକତାରେ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବହୁତ ଦିନରୁ ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନ ପରେ ପାଇବାର ଆଶା ରହିଛି।
ବୃଷ
ବୃଷ
ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ସ୍ତ୍ରୀ ସମ୍ପର୍କରେ ଉନ୍ନତ ଫଳ ପାଇବେ। କର୍ମକ୍ଷେତ୍ରରେ ବେପରୁଆ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ପରିବାରରେ ପରିସ୍ଥିତିରେ ପଡ଼ି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ପ୍ରତି ସତର୍କ ନ ରହିଲେ ବିଶେଷ ଅନୁତାପ କରିବାକୁ ପଡ଼ିବ।
ମିଥୁନ
ମିଥୁନ
ପାରିବାରିକ ସ୍ତରରେ ଅଭାବ ଅସୁବିଧା ଲାଗି ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବା ସଙ୍ଗକୁ ସମସ୍ୟାରେ ମଧ୍ୟ ବ୍ୟସ୍ତତା ପ୍ରକାଶ କରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବା ସହ ବୁଦ୍ଧିଜୀବୀଙ୍କ ପ୍ରଶଂସାର ପାତ୍ର ହେବେ। ସାମୂହିକ କାମରେ ହଠାତ୍‌ ନୀଚ ଜାତିର ବ୍ୟକ୍ତିଙ୍କ ସହ କଳହ ଲାଗିପାରେ।
କର୍କଟ
କର୍କଟ
ଆଜି କିଛି ସୁବିଧା ସଙ୍ଗକୁ କିଛି ଅସୁବିଧା ରହିଥିବାରୁ ମାନସିକ ଦ୍ୱନ୍ଦ୍ୱ ଦେଇ ଗତି କରିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ଫାଇଲ୍‌ କାମରେ ଅଧିକ ସମୟ ବିନିଯୋଗ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ। ସଫଳତା ପାଇବାରେ ନିକଟସ୍ଥ ବ୍ୟକ୍ତି ସହଯୋଗ କରିପାରନ୍ତି।
ସି˚ହ
ସି˚ହ
ପାରିବାରିକ ସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ବନ୍ଧୁଙ୍କ ମନ ଧରିଲା ଭଳି କଥା କହି ଶତ୍ରୁଠାରୁ କାମ ହାସଲ କରିନେବେ। ଧାର ସୂତ୍ରରେ ଅର୍ଥ ସଂଗ୍ରହ ଏବଂ ଆବଶ୍ୟକ ମନେ କରୁଥିବା ଜିନିଷ ସମୂହକୁ କିଣିବାରେ ସକ୍ଷମ ହେବେ। ସାମାଜିକ ସ୍ତରରେ କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସମ୍ମାନିତ ହେବେ।
କନ୍ୟା
କୌଣସି ବନ୍ଧୁ ଅଯାଚିତ ଭାବରେ ଆର୍ଥିକ ସମସ୍ୟାକୁ ସୁଧାରି ନେବେ। ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମ ଠିକ୍‌ଭାବେ ସମ୍ପୂର୍ଣ୍ଣ ନ ହୋଇପାରେ। ପୁରୁଣା କଥାକୁ ଦୋହରାଇବା ଠିକ୍‌ ହେବନି, ଯାହାକି ଅଶାନ୍ତିର କାରଣ ହେବ। ସମ୍ପର୍କୀୟଙ୍କ ଦ୍ୱାରା ପ୍ରଶଂସିତ ହେବେ ଓ ନୂତନ କାମ ଆରମ୍ଭ କରିପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ମନରେ ଆଶଙ୍କା ସଷ୍ଟି ହୋଇପାରେ। କାର୍ଯ୍ୟବ୍ୟସ୍ତ ଯୋଗୁ ବ୍ୟବସାୟିକ ସ୍ଥିତି ଠିକ୍‌ ରହି ନ ପାରେ। କର୍ମକ୍ଷେତ୍ରରେ ସୁଯୋଗ ଲାଭକରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।
ବିଛା
ବିଛା
କର୍ମକ୍ଷେତ୍ରରେ ପରିସ୍ଥିତି ବିଗିଡି ଯାଉଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସବୁ ଥାଇ କିଛି ନ ଥିଲା ଭଳି ପରିସ୍ଥିତି ଦେଇ ଗତି କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସତର୍କରେ ନ ଚଳିଲେ ମିଥ୍ୟାପବାଦରେ ନିନ୍ଦିତ ହୋଇପାରନ୍ତି। ଅଭାବ ପୂରଣ ପରିପ୍ରେକ୍ଷୀରେ ଋଣ ସୂତ୍ରରେ ଅର୍ଥଲାଭ କରିବାକୁ ବାଧ୍ୟହେବେ।
ଧନୁ
ଧନୁ
ସମସ୍ତ ପ୍ରକାର ଅଭିଳାଷ ପୂରଣ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। ଅଜଣା ଜାଗାରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ।
ମକର
ମକର
ପାରିବାରିକ ସ୍ତରରେ ମନକଥା ମନରେ ରଖି ଲକ୍ଷ୍ୟ ହାସଲ ଦିଗରେ ଚେଷ୍ଟା କଲେ ଉପକୃତ ହେବେ। ବନ୍ଧୁଙ୍କ ସହାୟତାରେ ଅର୍ଥ ସଂଗ୍ରହ ଅଭିଯାନ ଜାରି ରଖିଲେ ସଫଳତା ପାଇପାରନ୍ତି। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ଜଗିରଖି ନ ଚଳିଲେ କଳହ ଭିତରକୁ ଟାଣି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ସଙ୍ଗକୁ ମାନସିକ ସ୍ଥିରତା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ଯାହା ଓ ଯେତିକି ପାଇବା କଥା ଅବଶ୍ୟ ପାଇବେ କିନ୍ତୁ ଅଧିକ ଆଶା କରି ନିରାଶ ହୋଇ ପାରନ୍ତି। ପାରିବାରିକ ସମସ୍ୟା ବିଷୟ କ୍ଷେତ୍ରରେ ସ୍ତ୍ରୀଙ୍କ ଅଭିଯୋଗ ଅମୂଳକ ନୁହେଁ। ଅଯଥା ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେଇ ଶୋକାକୁଳ ରହିପାରନ୍ତି।
ମୀନମୀନ

ଗତକାଲିଠାରୁ ଆପଣ ଯାହା ଚିନ୍ତା କରୁଛନ୍ତି ତାହା ଅବଶ୍ୟ ସୁବିଧାରେ ହୋଇଯିବ। ଏଜେନ୍ସି, ସାହିତ୍ୟ ଚର୍ଚ୍ଚା, ସଭାସମିତି, ମାଙ୍ଗଳିକ କାମ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ପରୋକ୍ଷ ଶତ୍ରୁତା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଈର୍ଷା ପରାୟଣ ବ୍ୟକ୍ତିମାନେ ଆପଣଙ୍କ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ନିନ୍ଦା ରଟନା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୭ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ର ହେତୁ ମନ ଅନୁଯାୟୀ କୌଣସି କାମ ସମ୍ପନ୍ନ କରିବା କଷ୍ଟକର ହୋଇପାରେ। ବକେୟା ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି ବିବାଦର ଅବସାନ...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୧୬ ତାରିଖ – Daily Horoscope

ମେଷ ଆଜି କର୍ମଦିଗଟି ଭଲ ରହିଲେ ମଧ୍ୟ ପରିଚାଳନା ସମସ୍ୟାରେ ଚିନ୍ତିତ ହେବେ। ଈର୍ଷାପରାୟଣ ମନୋଭାବ ପୋଷଣକରି ନିଜ ଲୋକ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ।...

ରାଶିଫଳ: ମଙ୍ଗଳବାର ,ଏପ୍ରିଲ୍‍ ୧୫ ତାରିଖ – Daily Horoscope

ମେଷ ଆଜି ମନ ଅନୁଯାୟୀ କାମ ସମ୍ପନ୍ନ ହେବ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ହିଁ ପାଇବେ। ପ୍ରତିଯୋଗିତା,...

ରାଶିଫଳ: ସୋମବାର,ଏପ୍ରିଲ୍‍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ ସାମୟିକ ଅସୁସ୍ଥତା ଅନୁଭବ କରିବେ। ଆଜି ଘରକାମ ହେଉ କିମ୍ବା କର୍ମକ୍ଷେତ୍ରର କାମ ହେଉ ପ୍ରତ୍ୟେକ...

ରାଶିଫଳ: ରବିବାର, ଏପ୍ରିଲ୍‍ ୧୩ ତାରିଖ – Daily Horoscope

ମେଷ ଆଜି ପରିବାରର ସୁବିଧା ଅସୁବିଧା ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ସୁଯୋଗ ହରାଇବା ସକାଶେ ବ୍ୟଥିତ ହେବେ। ଭ୍ରାତୃ...

ରାଶିଫଳ: ଶନିବାର, ଏପ୍ରିଲ୍‍ ୧୨ ତାରିଖ – Daily Horoscope

ମେଷ ଆଗାମୀ ନୂତନ ଯୋଜନାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଗାଡ଼ି, ମୋଟର, ପରିବହନ, ସଭାସମିତି, ସତ୍‍ସଙ୍ଗ କ୍ଷେତ୍ରରୁ ସଫଳତା ପାଇବେ। ସ୍ବାସ୍ଥ୍ୟ ଓ...

ରାଶିଫଳ: ଶୁକ୍ରବାର , ଏପ୍ରିଲ୍‍ ୧୧ ତାରିଖ – Daily Horoscope

ମେଷ ଆଜି ଷଷ୍ଠ ସ୍ଥାନରେ ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା ଏବଂ ପାରିବାରିକ ସଦ୍ଭାବଜନିତ ମନ ଖୁସି ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image