Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ
ଆଜି ଆତ୍ମୀୟଙ୍କ ଗହଣରେ ଦୁଃଖକୁ ପାସୋରିଦେବେ। ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ବିଜ୍ଞବ୍ୟକ୍ତିମାନଙ୍କ ନିକଟରୁ ଆଦର ସମ୍ମାନ ପାଇବେ। ଆଜିର ଯାତ୍ରା, କଳା, ସାହିତ୍ୟରେ ସମସ୍ୟା ସମାଧାନ ସାଙ୍ଗକୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ମଧ୍ୟ ଲାଭବାନ୍‌ ହୋଇପାରନ୍ତି। ମହିଳାମାନେ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍‌ କରିପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ସୁଅ ଛୁଟିବ। ସ୍ଥଗିତ କାମରେ ନାସ୍ତି ସୂଚନା ପାଇଲେ ମଧ୍ୟ କୃତକାର୍ଯ୍ୟ ହେବେ। ଆକସ୍ମିକ ଭାବେ ମତାନ୍ତରଜନିତ କୌଣସି ବନ୍ଧୁଙ୍କ ପ୍ରତ୍ୟାଗମନ ଯୋଗୁ ମଉଜ ମଜଲିସରୁ ଦୂରେଇ ରହିବାକୁ ବାଧ୍ୟ ହେବେ। ନିଜର କଳାକୃତି ଓ କୃତିତ୍ୱ ହେତୁ ବନ୍ଧୁ ମହଲରେ ସମ୍ମାନିତ ହୋଇପାରନ୍ତି।
ମିଥୁନ
ମିଥୁନ
କିଛି ପାଇବାର ଅଭିଳାଷ ନେଇ ମାନସିକ ସ୍ତରରେ ଉତ୍ସୁକତା ଅନୁଭବ କରିବେ। ଅନ୍ୟକୁ ଆକର୍ଷିତ କରାଇ କାର୍ଯ୍ୟ ହାସଲରେ ସମର୍ଥ ହେବେ। ପୁରସ୍କୃତ କିମ୍ବା ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ଜୁଟିବ, ଯାହାକି ଆଦୌ ଆଶା କରି ନ ଥିବେ। ପାରିବାରିକ କ୍ଷେତ୍ରରେ ଆପଣ ସବୁ ଜାଣିଶୁଣି ମଧ୍ୟ ନୀରବ ରହିପାରିଲେ ଭଲ ହେବ।
କର୍କଟ
କର୍କଟ
ପାରିବାରିକ ବ୍ୟତିକ୍ରମକୁ ସହୃଦୟତାର ସହ ଗ୍ରହଣ କରିବାକୁ ପଡ଼ୋଶୀ ପ୍ରେରଣା ଦେବେ। କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିବ୍ରତ ହୋଇପାରନ୍ତି। ପ୍ରକାଶନ ଓ ପ୍ରଶାସନ, ଆଇନ, ସଭାସମିତି, ଧାର୍ମିକ ତଥା ଆନୁଷ୍ଠାନିକ କାମରେ ଲକ୍ଷ୍ୟ ପୂରଣ ହେବ। ଦାମ୍ପତ୍ୟ ଜୀବନରେ ଭୁଲ୍‌ ବୁଝାମଣା ମାନସିକ ଅଶାନ୍ତିକୁ ନିମନ୍ତ୍ରଣ କରିପାରେ।
ସି˚ହ
ସି˚ହ
ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ରାଜନୀତି, ଆଇନ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ। ମତପାର୍ଥକ୍ୟଜନିତ କିମ୍ବା ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବ। ଯାହା ଆଶା କରିଛନ୍ତି, ତାହା ସାମାନ୍ୟ ବିଳମ୍ବରେ ପାଇବେ।
କନ୍ୟା
ଆଜି ଅନ୍ୟମାନଙ୍କର ମନ ମୁତାବକ କାମ କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରି ହେବ ନାହିଁ। ଅବଶ୍ୟ ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ ଶିଳ୍ପ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ ନିର୍ମାଣ, ଜମି କିଣାବିକା, ଗାଡ଼ିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ। ମଧ୍ୟାହ୍ନରେ ଜଣେ ବନ୍ଧୁଙ୍କ ବ୍ୟବହାରକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
ତୁଳା
ତୁଳା
ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଏକ ପ୍ରକାର ଭଲରେ ଅତିବାହିତ ହେବ। ନୂତନ କର୍ମାରମ୍ଭ, ସଭାସମିତି, ବନ୍ଧୁମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ। କର୍ମକ୍ଷେତ୍ରରୁ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
ବିଛା
ବିଛା
ଆପଣଙ୍କ ନିଷ୍ପତ୍ତିକୁ ସୁନିୟନ୍ତ୍ରିତ କରିବାରେ ବିଫଳ ହେବେ। ପିଲାମାନଙ୍କର କେତେକ ବ୍ୟତିକ୍ରମ ଓ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ଅବଶ୍ୟ ମାଙ୍ଗଳିକ କାମ, ଅତିଥି ଚର୍ଚ୍ଚା ଓ ବ୍ୟବସାୟିକ ସଫଳତା ହେତୁ ଉପକୃତ ହେବେ। ଆତ୍ମୀୟଙ୍କ ସଦ୍ଭାବ ଓ ବନ୍ଧୁମାନଙ୍କ ଶୁଭେଚ୍ଛା ସାମୟିକ ଭାବରେ ମନକୁ ଆହ୍ଲାଦିତ କରିବ।
ଧନୁ
ଧନୁ
 ଯୁକ୍ତିତର୍କକୁ ନେଇ ନିଜ ଲୋକ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ। ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବିବାଦୀୟ ଘଟଣାରେ ନୀରବ ରହିବା ଭଲ ହେବ। ଆର୍ଥିକ ସ୍ଥିତି କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ପ୍ରଭାବିତ ହେବ ନାହିଁ। କୌଣସି ବନ୍ଧୁଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମ ହାସଲ କରିବେ।
ମକର
ମକର
କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ। ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦିନଟି ପ୍ରତିକୂଳ ପ୍ରଭାବ ପକାଇବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। କିନ୍ତୁ ଯାତ୍ରା, ପ୍ରକାଶନ, ପ୍ରଶାସନ, ଆଇନ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରୁ ପ୍ରଶଂସିତ ହେବେ। ଯାନ୍ତ୍ରିକ ଜିନିଷ, ବିଳାସ ବସ୍ତୁ, ଯାନବାହନ ପ୍ରଭୃତି ପାଇଁ ମନ ବଳାଇବେ। ବନ୍ଧୁମିଳନ, ମାଙ୍ଗଳିକ କାର୍ଯ୍ୟରେ ନିଜକୁ ସହଭାଗିତା କରାଇପାରନ୍ତି।
ମୀନମୀନ
ଆଜି ବନ୍ଧୁଙ୍କ ସହୃଦୟତା, ପାରିବାରିକ ସଦ୍ଭାବ ପାଇବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ଯାନବାହନ, ତର୍କ ବିତର୍କରେ ସତର୍କ ରହିବା ଭଲ ହେବ। ଚିକିତ୍ସାଧୀନ କୌଣସି ବନ୍ଧୁଙ୍କ ଆଶୁ ଆରୋଗ୍ୟ ଲାଭ ସକାଶେ ଚିନ୍ତିତ ରହିପାରନ୍ତି। ସନ୍ତାନଙ୍କ ସଫଳାରେ ଘରେ ଆନନ୍ଦ ଲହରି ଛୁଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri