Posted inRasifala

ରାଶିଫଳ: ରବିବାର, ଜୁନ୍‌ ୨୩ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ଦୃଷ୍ଟିରେ ଶୁକ୍ର ଥିବାରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଫେରି ଆସିବ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିଫଳତା ଦେଖି ଚିନ୍ତିତ ହୋଇପାରନ୍ତି। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
ବୃଷ
ବୃଷ
ଚନ୍ଦ୍ର ପୂର୍ବାଷାଢ଼ା ନକ୍ଷତ୍ରରେ ଥିବାରୁ ଆତ୍ମୀୟଙ୍କୁ ନିଜ ସପକ୍ଷକୁ ନେବା ଦିଗରେ ସମର୍ଥ ହେବେ। କର୍ମଭାବସ୍ଥ ଶନିଙ୍କ ପ୍ରଭାବରେ ଅଟକିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିବ। ବନ୍ଧୁଙ୍କଠାରୁ ବକେୟା ପାଇବାରେ ବିଳମ୍ବ ଘଟିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ନିର୍ମାଣ, ଜମିଜମା, ରପ୍ତାନି ବାଣିଜ୍ୟ ଓ ପରିବହନରେ କ୍ଷତିର ଆଶଙ୍କା ରହିଛି।
ମିଥୁନ
ମିଥୁନ
ଅଷ୍ଟମାଧିପ ଦୃଷ୍ଟିରେ ଷଷ୍ଠାଧିପ ଥିବାରୁ ବିବାଦରେ ପଡ଼ି ମନସ୍ତାପ କରିପାରନ୍ତି। ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ସଙ୍ଗଠନ, ରାଜନୀତି, ପ୍ରଶାସନ, ସାମ୍ବାଦିକତା କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପ୍ରତିଯୋଗିତା, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ।
କର୍କଟ
କର୍କଟ
ଅନୁକୂଳ ଗ୍ରହସ୍ଥିତିରୁ ଉପରିସ୍ଥଙ୍କ ପ୍ରିୟଭାଜନ ହେବେ ଏବଂ ସହକର୍ମୀ ସମାଦର କରିବେ। ବ୍ୟବସାୟ, ଗବେଷଣା, ଅନୁସନ୍ଧାନାଦି କାମରେ ସଫଳତା ପାଇବେ। ସତର୍କତା ଅଭାବରୁ ଅଶ୍ଳେଷା ନକ୍ଷତ୍ରର ଅର୍ଥହାନିର ଆଶଙ୍କା ଦେଖାଦେବ। ସଭାସମିତିରେ ମତପାର୍ଥକ୍ୟଜନିତ କୌଣସି ସିଦ୍ଧାନ୍ତର ନିଷ୍କର୍ଷ ବାହାରି ପାରିବ ନାହିଁ।
ସି˚ହ
ସି˚ହ
ଏକାଦଶସ୍ଥ ଗ୍ରହ ପ୍ରଭାବରୁ ଯେଉଁ କାମରେ ହାତଦେବେ ସଫଳତା ମିଳିବ। ମଘା ନକ୍ଷତ୍ର ସାମାଜିକ କ୍ଷେତ୍ରରେ ସତ କଥା କହି ବିବାଦୀୟ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ, କଳା, କ୍ରୀଡ଼ା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ କ୍ରମଶଃ ହ୍ରାସ ପାଇବ।
କନ୍ୟା
ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଖଳ ଲୋକଙ୍କ ଦ୍ୱାରା କୌଣସି ଗୁଜବ ମନକୁ ଚହଲାଇ ଦେଇପାରେ। କର୍ମକ୍ଷେତ୍ରରେ ଆବଶ୍ୟକୀୟ ସାହାଯ୍ୟ, ସହଯୋଗ ହେତୁ ସମ୍ମାନ ପାଇ ଖୁସି ହେବେ। ବନ୍ଧୁମାନଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ କୌଣସି ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ତୁଳା
ତୁଳା
କର୍ମାଧିପ ଭାଗ୍ୟସ୍ଥାନକୁ ଦୃଷ୍ଟି ଦେଉଥିବାରୁ ଧର୍ମକାର୍ଯ୍ୟରେ ନିୟୋଜିତ ହେବେ। ଜଣେ ବନ୍ଧୁଙ୍କ ଜରିଆରେ ପ୍ରତୀକ୍ଷାର ଅନ୍ତ ଘଟିବ। ଚିତ୍ରା ନକ୍ଷତ୍ର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ।
ବିଛା
ବିଛା
ଦ୍ୱିତୀୟସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିତି ଯାହା ଥାଉନାକାହିଁକି ମିଠାକଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିପାରିବେ। ବିଗତ ଦିନର କୌଣସି ଘଟଣା ସକାଶେ ଅପରାହ୍ନରେ ଟେନସନ୍‌ ବଢ଼ିପାରେ। ମାଲିମକଦ୍ଦମା, ଜମିଜମା କାରବାର, ନିର୍ମାଣ, ମାଙ୍ଗଳିକ କାମ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି।
ଧନୁ
ଧନୁ
ଅଷ୍ଟମାଧିପତି ରାଶିରେ ରହି ଆପଣଙ୍କୁ ନକାରାମତ୍କ ଚିନ୍ତାଧାରାରେ ବିବ୍ରତ କରିପାରନ୍ତି। କର୍ମକ୍ଷେତ୍ରରେ ପରିସ୍ଥିତି ବଦଳିଯିବାର ସୂଚନା ପାଇ ଆଶ୍ୱସ୍ତି ଅନୁଭବ କରିବେ। ନୂତନ ସ୍ଥାନ ଭ୍ରମଣ, ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟିକ ଉନ୍ନତି କରିବେ। ବନ୍ଧୁଗହଣରେ ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।
ମକର
ମକର
 ବୃହସ୍ପତି ଓ ମଙ୍ଗଳଙ୍କ ଶୁଭସ୍ଥିତିରୁ ପାରିବାରିକ ସ୍ଥିତି ଭଲ ରହିବ ଏବଂ ସନ୍ତାନ ହେତୁକ ଗୌରବାନ୍ବିତ ହେବେ। ସମ୍ପର୍କୀୟଙ୍କ ସହଯୋଗରେ ଦୁଃସାଧ୍ୟ କାମ ସମ୍ପନ୍ନ ହେବ। ସମ୍ପର୍କୀୟଙ୍କୁ ଭଲ ପାଇବାକୁ କେନ୍ଦ୍ର କରି ସମସ୍ୟା ଦେଖାଦେବାର ସୂଚନା ରହିଛି। ସ୍ବାର୍ଥସାଧନର କ୍ଷୀଣ ଆଶାକୁ ନେଇ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।
କୁମ୍ଭ
କୁମ୍ଭ
ଶନି ଓ ମଙ୍ଗଳଙ୍କ ପ୍ରଭାବରୁ ଯେତେ ଭଲ କାମ କଲେ ମଧ୍ୟ ନିନ୍ଦୁକ ଗୋଷ୍ଠୀଙ୍କ ସମାଲୋଚନାରୁ ରକ୍ଷା ପାଇବେ ନାହିଁ। ଘରର ବରାଦ ଅନୁଯାୟୀ ନୂତନ ଜିନିଷ କ୍ରୟ ପାଇଁ ମନ ବଳାଇବେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ମାଲିମକଦ୍ଦମା ସପକ୍ଷରେ ଯାଇ ନ ପାରେ। ନୂତନ କାର୍ଯ୍ୟାରମ୍ଭ କ୍ଷେତ୍ରରେ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ।
ମୀନମୀନ

ମୁଖ ଭାବରେ କ୍ରୂରଗ୍ରହ ମଙ୍ଗଳ ହେତୁ ଆପଣଙ୍କ ଭାଷାର କଠୋରତା ଅନ୍ୟକୁ ଆଘାତ ଦେଇପାରେ। ମନ ଯେପରି ଚାହୁଁଛି ଆଜି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ। ବନ୍ଧୁଙ୍କ ନିକଟରେ ବହୁତ ଦିନ ହେଲା ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ, କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୨୬ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ପୂର୍ବର ସମସ୍ୟା ସୁଧୁରି ଯିବାରୁ ଆଶ୍ୱସ୍ତି ଅନୁଭବ କରିବେ। ଗତକାଲିର ଯୋଜନା ମୁତାବକ କାମରେ ସଫଳତା ଯୋଗୁ ଟେନସନ୍‌ କମିଯିବ।...

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୨୫ ତାରିଖ – Daily Horoscope

ମେଷ ଆଜି ରାହୁ ଦୃଷ୍ଟ ଚନ୍ଦ୍ରଙ୍କ ହେତୁ ଅସ୍ଥିରତାଜନିତ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଆର୍ଥିକ ସମସ୍ୟା ସୁଧୁରିଯିବ ଓ ଆଶା କରିଥିବା...

ରାଶିଫଳ: ଗୁରୁବାର, ଅକ୍ଟୋବର ୨୪ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଆପଣଙ୍କ ଅଭିଳାଷ ପୂର୍ଣ୍ଣତା ଲାଭ କରିବ। କାର୍ଯ୍ୟସିଦ୍ଧି ଘଟିବା ସହ ହସଖୁସିରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ...

ରାଶିଫଳ: ବୁଧବାର, ଅକ୍ଟୋବର ୨୩ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରରେ ନୀଚସ୍ଥ ମଙ୍ଗଳ ପାରିବାରିକ ଖର୍ଚ୍ଚ ବଢ଼ାଇବା ସହ ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି କରିବ। ବନ୍ଧୁଙ୍କ ସହ ଆଲୋଚନା ମାନସିକ ଆଶ୍ୱସ୍ତି ପ୍ରଦାନ...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୨ ତାରିଖ – Daily Horoscope

ମେଷ ଭୁଲ୍‌ ବୁଝାମଣାରୁ ଆଜି ପାରିବାରିକ ସ୍ଥିରତା ରହିବ ନାହିଁ। ଦ୍ୱିଜା ନକ୍ଷତ୍ରର କିନ୍ତୁ ମନରେ ପ୍ରଫୁଲ୍ଲତା ଭରି ରହିବା ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ...

ରାଶିଫଳ: ସୋମବାର, ଅକ୍ଟୋବର ୨୧ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଆପଣଙ୍କୁ ଭାବୁକ ବନାଇ ଦେଇପାରନ୍ତି। ଭୋଗ, ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶର ସୁଯୋଗ ପାଇବେ। କିନ୍ତୁ ମଙ୍ଗଳଙ୍କ...

ରାଶିଫଳ: ରବିବାର, ଅକ୍ଟୋବର ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ମାଧ୍ୟମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅଫିସ୍‌ କାମରେ କେତେକ ଉପରିସ୍ଥଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି। କୌଣସି ଆତ୍ମୀୟ ବ୍ୟକ୍ତିଙ୍କଠାରୁ...

ରାଶିଫଳ: ଶନିବାର, ଅକ୍ଟୋବର ୧୯ ତାରିଖ – Daily Horoscope

ମେଷ ପଦାଧିକାରୀଙ୍କ ଅନୁକମ୍ପାରୁ ଅର୍ଥନୈତିକ ଉତ୍କର୍ଷ ମୁହଁରେ ହସ ଫୁଟାଇବ। କିନ୍ତୁ ଏମିତି କେତେକ କାମ ରହିଛି, ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ ଅସମର୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri