Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ
ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିବେ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ସକାଶେ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଅସାବଧାନତା କାରଣରୁ ଅର୍ଥହାନିର ସମ୍ଭାବନା ରହିଛି। ଦିନଟିରେ କିଛି ସମୟ ଟେନ୍‌ସନ ଲାଗି ରହିଲେ ମଧ୍ୟ ପରକ୍ଷଣରେ ମାନସିକ ଅସ୍ଥିରତା ଦୂରେଇଯିବ।
ବୃଷ
ବୃଷ
ବିଭିନ୍ନ ପ୍ରକାରର ଝାମେଲା ଭିତର ଦେଇ ଯିବାକୁ ପଡ଼ୁଥିବାରୁ ସମ୍ପୂର୍ଣ୍ଣଭାବେ ଶାନ୍ତି ଓ ସନ୍ତୋଷ ଆସିବ ନାହିଁ। ହାତକୁ ନେଇଥିବା କାମଟିକୁ ଆରମ୍ଭ କରି ବ୍ୟସ୍ତ ରହିପାରନ୍ତି। କର୍ମକ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବାରେ କିଛି ଅସୁବିଧା ରହିବ ନାହିଁ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ମିଥୁନ
ମିଥୁନ
ମାନସିକ ଅସ୍ଥିରତା କାରଣରୁ କାମରେ ମନ ଲାଗିବ ନାହିଁ। ସଦାବେଳେ ଝଗଡ଼ା କରିବାକୁ ଚାହିଁ ବସିଥିବା ଲୋକଟିର ସାମ୍‌ନା କରିବାକୁ ପଡ଼ିପାରେ। କୃତି ଓ କୃତିତ୍ୱ ହେତୁକ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି। ଆନୁଷ୍ଠାନିକ କାମରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ବିଜାତୀୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ସି˚ହ
ସି˚ହ
ଦୀର୍ଘଦିନର ସମସ୍ୟା ଆଜି ସମାଧାନ ହୋଇଯିବ। ଆଲୋଚନା କାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ବୁଝିପାରନ୍ତି। ଆପଣଙ୍କ ସାହାଯ୍ୟ ଲାଭକରି ସହଯାତ୍ରୀଟି ବହୁତ ଖୁସି ହୋଇଯିବେ। ପରିବହନରେ ଉନ୍ନତି ପରିଲକ୍ଷିତ ହେବ ଓ ସମସ୍ୟା ସମାଧାନରୁ ଖୁସି ରହିବେ। ଦୂର ସମ୍ପର୍କୀୟ ବନ୍ଧୁଙ୍କ ଆଗମନ ସମ୍ଭାବନା।
କନ୍ୟା
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତ ବୋଧ କରିବେ। ବନ୍ଧୁ ନିଜର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଠିକ୍‌ ସମୟରେ ଆସି କାମରେ ଯୋଗ ଦେଇପାରିବେ। ଆର୍ଥିକ ଦିଗଟି ପୂର୍ବପରି ରହିବାର ବିଶେଷ ଆନନ୍ଦ ଅନୁଭବ କରିବେ। ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ଚଳିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଆଜି କୌଣସି କଥାରେ ଅଭାବ ରହିବ ନାହିଁ କିମ୍ବା କୌଣସି କାମ ଅଟକିବ ନାହିଁ। ଆଲୋଚନା ପରିସରରେ ଆପଣ ଏମିତି ଯୁକ୍ତି କରିବେ ଯେ, ସମସ୍ତଙ୍କ ମୁହଁ ବନ୍ଦ ହୋଇଯିବ। ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।
ବିଛା
ବିଛା
କୌଣସି ଭଦ୍ର ମହିଳାଙ୍କ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ। ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ ନ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି। ଯୋଗାଯୋଗ, ରାଜନୀତି ଓ ପ୍ରଶାସନ ପାଇଁ ଦିନଟି ଭଲ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଆକସ୍ମିକ ସମସ୍ୟା ହେତୁ କାର୍ଯ୍ୟ ସ୍ଥଗିତ ରହିପାରେ। ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। ଅଫିସିଆଲି ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନଚେତ୍‌ ଅଦଳବଦଳ ହୋଇଯିବାର ସମ୍ଭାବନା ଅଛି।
ମକର
ମକର
ସକାଳୁ ପାରିବାରିକ ସମସ୍ୟାରେ ମନଟା ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ଅଫିସ୍‌ରେ ବିବାଦ ବୃଦ୍ଧି କାରଣରୁ ଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ। ଆଇନ ଅଦାଲତରେ ସୁଫଳ ପାଇବେ ଓ ନିର୍ମାଣାଧୀନ କାମ ଦ୍ରୁତଗତିରେ ଆଗେଇ ଚାଲିବ। ଯେକୌଣସି ପରିସ୍ଥିତିରେ ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ପରିସ୍ଥିତିକୁ ଲାଘବ କରିବା ଉଦ୍ଦେଶ୍ୟରେ ଅନ୍ୟମାନଙ୍କ ସକାଶେ କଷ୍ଟ ଅନୁଭବ କରିପାରନ୍ତି। ସଭାସମିତିରେ ବନ୍ଧୁମେଳରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇପାରେ। କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିପାରନ୍ତି।
ମୀନମୀନ
ବନ୍ଧୁମାନେ ଫାଇଦା ହାସଲ ପାଇଁ ବିଭିନ୍ନ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ହାତକୁ ନେଇଥିବା କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମ୍‌ନା କରିବାକୁ ପଡ଼ିପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ଉପରିସ୍ଥଙ୍କ ଅନୁକମ୍ପା ଆପଣଙ୍କ କାର୍ଯ୍ୟ ସାଧନରେ ଏବଂ ଭବିଷ୍ୟତରେ ସାହାଯ୍ୟ କରିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜାନୁଆରୀ ୯ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁଙ୍କ ନିକଟରୁ ସହଯୋଗ ପାଇବେ। ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହେବ।...

ରାଶିଫଳ: ବୁଧବାର, ଜାନୁଆରୀ ୮ ତାରିଖ – Daily Horoscope

ମେଷ ଆଜି ସମସ୍ୟା ସମାଧାନ, ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ, ପ୍ରଶାସନିକ ସଫଳତା ପାଇବେ। ବ୍ୟୟସ୍ଥ ରାହୁ ଯୋଗୁ ବିଦେଶ ଯାତ୍ରା ସୁଯୋଗ, ଅପବ୍ୟୟ ସଙ୍ଗକୁ ସ୍ବାସ୍ଥ୍ୟହାନି...

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୭ ତାରିଖ – Daily Horoscope

ମେଷ କର୍ମଜଞ୍ଜାଳ ବଢ଼ିବା କାରଣରୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ। କାନକୁହା କଥା ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ ଓ କୌଣସି ବିବାଦୀୟ ପରିବେଶ ସୃଷ୍ଟି କରିପାରେ।...

ରାଶିଫଳ: ସୋମବାର, ଜାନୁଆରୀ ୬ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ ଆଶା କରିଥିବା ଖବରଟି ପାଇ ମନ ଖୁସି ହୋଇଯିବ। ଯାତ୍ରା, ବାଣିଜ୍ୟ, ପରିବହନ ପ୍ରଭୃତି କ୍ଷେତ୍ରରେ ସୁଫଳ ପାଇବେ। ନିଜର...

ରାଶିଫଳ: ରବିବାର, ଜାନୁଆରୀ ୫ ତାରିଖ – Daily Horoscope

ମେଷ ଆଜିର ଏକାଦଶରେ ତିନୋଟି ଗ୍ରହ ଥିବାରୁ ସମ୍ମାନ, କାର୍ଯ୍ୟସାଧନ, ମିତ୍ରତା ବୃଦ୍ଧି ସାଙ୍ଗକୁ ବିବାଦର ସମାଧାନ ହେବ। ନୀଚ ରାଶିରେ ମଙ୍ଗଳଜନିତ ଅସୁସ୍ଥତାର ସୂଚନା...

ରାଶିଫଳ: ଶନିବାର, ଜାନୁଆରୀ ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ପାରିବାରିକ ସମସ୍ୟା ସମାଧାନ କରି ଆଶ୍ୱସ୍ତି ଲଭିବେ। ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବ୍ୟବସାୟ, ପରିବହନ ଓ ନିର୍ମାଣାଧୀନ କାମରେ ସଫଳତା ହାସଲ...

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩ ତାରିଖ – Daily Horoscope

ମେଷ ଉନ୍ନତ ଚିନ୍ତା ଓ କାର୍ଯ୍ୟଦକ୍ଷତାକୁ ଉପରିସ୍ଥଙ୍କ ଅନୁକମ୍ପା ସହକର୍ମୀଙ୍କୁ ସୁହାଇ ନ ପାରେ। ବିଦେଶସ୍ଥ ଆତ୍ମୀୟଙ୍କ ସମସ୍ୟା ବିଷୟରେ ଦୁଶ୍ଚିନ୍ତା ପାରିବାରିକ ଅଶାନ୍ତିର କାରଣ...

ରାଶିଫଳ: ଗୁରୁବାର, ଜାନୁଆରୀ ୨ ତାରିଖ – Daily Horoscope

ମେଷ ଆଜି ଦିନଟି ଗତାନୁଗତିକ ରୀତିରେ ଗଡି ଚାଲିବ। ଆର୍ଥିକ ଅଭିବୃଦ୍ଧି, ସ୍ବାସ୍ଥ୍ୟରେ ଉନ୍ନତି, ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟାର ସମାଧାନ କରି ଆଶ୍ୱସ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri