Categories: Rasifala

ରାଶିଫଳ: ଗୁରୁବାର, ଫେବୃଆରୀ ୨୭ ତାରିଖ – Daily Horoscope

ମେଷ
ଆଜି ଏକାଧାରରେ ଅର୍ଥ ଓ ସମ୍ମାନ ସାଙ୍ଗକୁ ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ମିଳିପାରିବ। ଅଶ୍ୱିନୀ ନକ୍ଷତ୍ର କେତେକ ଅଧାପନ୍ତରିଆ କାମକୁ ନେଇ ଚିନ୍ତିତ ରହିବାର ସୂଚନା ରହିଛି। ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ପୂର୍ବ ଶତ୍ରୁତାକୁ ଦୋହରାଇ ନିଜ ଲୋକ ଅସୁବିଧାରେ ପକାଇପାରନ୍ତି। ପରିବହନ ସମସ୍ୟା ଦୂର ହେବ।
ବୃଷ
ଗତକାଲିର ଅଧୁରା କାମକୁ ଆଜି ସମ୍ପୂର୍ଣ୍ଣ କରିବାରେ ଲାଗିପଡିବେ ଏବଂ ଆଶା ମଧ୍ୟ ପୂରଣ ହେବ। ରୋହିଣୀ ନକ୍ଷତ୍ର କଳା, କ୍ରୀଡା ଓ ସାହିତ୍ୟ, ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଆର୍ଥିକ ସମସ୍ୟା ପାରିବାରିକ ଆବଶ୍ୟକତାକୁ ଅଟକାଇଦେବ। ନିର୍ମାଣ, ବ୍ୟବସାୟ, ସାମ୍ବାଦିକତା, ଏଜେନଶିପ୍‌, ମାଲିମକଦ୍ଦମା ପ୍ରଭୃତିରେ ଉନ୍ନତି କରିବେ।
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବେ, ଯାହାକି ନୂତନ ସମସ୍ୟାକୁ ଜନ୍ମ ଦେଇପାରେ। ଅବଶ୍ୟ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତାବନ୍ଧନରେ ଆବଦ୍ଧ ହେବେ। ଆଜିର ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ।
କର୍କଟ
କାମର ଚାପ ବୃଦ୍ଧି ପାଉଥିବାରୁ କର୍ମକ୍ଷେତ୍ରରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଉପରିସ୍ଥଙ୍କ ଆଦେଶାନୁପ୍ରାପ୍ତ ହୋଇ ଦୂରଯାତ୍ରାର ସୁଯୋଗ ପାଇବେ। ଅଶ୍ଳେଷା ନକ୍ଷତ୍ର ବନ୍ଧୁମାନଙ୍କ ପରାମର୍ଶକ୍ରମେ କୈାଣସି ନୂତନ କର୍ମାରମ୍ଭ କରି ଆଶ୍ୱସ୍ତି ଲାଭ କରିବେ।
ସି˚ହ
ମାନସିକ ଅଶାନ୍ତି ରହିଥିଲେ ମଧ୍ୟ ଅନ୍ୟମାନଙ୍କ ସମସ୍ୟା ସୁଧାରିବାର ପ୍ରଯନତ୍ କରିବେ। ଉତ୍ତରାଫାଲଗୁନୀ ନକ୍ଷତ୍ରର ଆକସ୍ମିକ ଭାବରେ ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ। ଜମା ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କର ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷତ୍ତି ବଦଳାଇବାକୁ ବାଧ୍ୟହେବେ।
କନ୍ୟା
ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ନିଜ ଲୋକମାନଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପରକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ହସ୍ତାନକ୍ଷତ୍ର ଘରର ଆବଶ୍ୟକତାକୁ ନେଇ ଆଜି ଗୃହୋପକରଣ କ୍ରୟ କରିପାରନ୍ତି। ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ତୁଳା
ଆପଣଙ୍କ କଠୋର ନିଷ୍ପତ୍ତି ପାରିବାରିକ ଜୀବନକୁ ଦୋହଲାଇଦେବ। ବାହାର ଦୁନିଆରେ ଆପଣ ବନ୍ଧୁଙ୍କୁ ଉପଯୁକ୍ତ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଆଜି କୈାଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ,ଯାହାକି ଅନର୍ଥର କାରଣ ହୋଇପାରେ। ସ୍ବାତୀ ନକ୍ଷତ୍ର ଭଲ କାମ କଲେ ମଧ୍ୟ ବିଭିନ୍ନ କ୍ଷେତ୍ରରୁ ମଧ୍ୟ ଅଭିଯୋଗ ଆସିପାରେ।
ବିଛା
ପ୍ରତ୍ୟେକ କ୍ଷେତ୍ରରେ ସମୟୋପଯୋଗୀ ପଦକ୍ଷେପ ସାଙ୍ଗକୁ ନ୍ୟାୟୋଚିତ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ। ଅନୁରାଧା ନକ୍ଷତ୍ର ସକାଶେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିବ। ଦୀର୍ଘ ଦିନରୁ ଆଶା କରୁଥିବା ପ୍ରତିକ୍ଷିତ ଖବର ପାଇ ଖୁସି ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବାର ସମ୍ଭାବନା ରହିଛି ା
ଧନୁ
ଆଜି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ କିନ୍ତୁ ଲାଭ କିଛି ହେବନି ବରଂ ଟେନ୍ସନ ବଢିବ। ଉତ୍ତରାଷାଢା ନକ୍ଷତ୍ର ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରେଇବାରେ ବିଳମ୍ବ ଘଟିପାରେ। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ। ବହୁତ ଦିନରୁ ରହିଯାଇଥିବା କାମ ହାସଲ କରିବାରେ ସମର୍ଥ ହେବେ।
ମକର
କୌଣସି ଗୁରୁତର ଅସୁବିଧା ନ ଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଇ ଗତି କରିବେ। ଧନିଷ୍ଠା ନକ୍ଷତ୍ର ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ନିର୍ମାଣାଧୀନ କାମ ଶେଷ ହେବାରେ ଅନ୍ୟମାନେ ସମସ୍ୟା ସୃଷ୍ଟି କରିବେ। ଅର୍ଥ ସଙ୍କଟ, ମାଲିମକଦ୍ଦମା,ପରୋକ୍ଷ ଶତ୍ରୁତା ଚିନ୍ତାର କାରଣ ହୋଇପାରେ।
କୁମ୍ଭ
ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହ ସାଧନ କରି ମାନସିକ ସ୍ତରରେ ଆଶ୍ୱସ୍ତି ଲାଭ କରିବେ। ଆପଣଙ୍କ ସାହାଯ୍ୟ ଅଭାବରୁ ନିଜ ଲୋକଟି ଶତ୍ରୁତା କରିବାକୁ ପଛାଇବ ନାହିଁ । ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଶତଭିଷା ନକ୍ଷତ୍ର ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ମୀନ

ଆଜି ସକାଳୁ କୈାଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ଦେହ ଭଲ ରହିବ, ମାତ୍ର ଶ୍ରମଜନିତ କ୍ଳାନ୍ତିବୋଧ କରିବେ। ନିଜ ପରିସରର ବ୍ୟକ୍ତିବିଶେଷଙ୍କ ଅନୁରୋଧକ୍ରମେ ଧର୍ମକାର୍ଯ୍ୟରେ ବ୍ୟୟ ବରାଦ କରିପାରନ୍ତି। ସାଧାରଣ ଘଟଣାକୁ ଅତିରଞ୍ଜିତ କରି ଅନ୍ୟ ଆଗରେ ବଖାଣି ସମାଲୋଚିତ ହେବେ।