Posted inRasifala

ରାଶିଫଳ: ରବିବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ଦୈହିକ ସ୍ବାସ୍ଥ୍ୟ ଓ ପିଲାମାନଙ୍କ ସମସ୍ୟା ସମ୍ପର୍କୀୟ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ଦ୍ୱିଜା ନକ୍ଷତ୍ରର ଜଣେ ହିତୈଷୀଙ୍କ ଚେଷ୍ଟାରୁ ସମସ୍ୟା ସମାଧାନ ହେବ । ସ୍ବାର୍ଥହାନି ଆଶଙ୍କାରେ ସହକର୍ମୀ ଅସହଯୋଗ କରିବେ । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ନିଜ ମତକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହେବ ।
ବୃଷ
ବୃଷ
କର୍ମକ୍ଷେତ୍ରକୁ ଯିବା ସମୟକୁ ଦରକାରୀ କାଗଜ ପତ୍ର ନପାଇ ବ୍ୟସ୍ତ ହୋଇ ପାରନ୍ତି । କାର୍ଯ୍ୟହାନି ଯୋଗୁ ମନ ଉଦାସ ରହିବ । କୃତ୍ତିକା ନକ୍ଷତ୍ର ପାଇଁ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ମାନସିକ ଅସ୍ଥିରତା କାରଣରୁ କ’ଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡ଼ି କିଛିବି କରିପାରିବେ ନାହିଁ ।
ମିଥୁନ
ମିଥୁନ
ପାରିବାରିକ ଅସ୍ଥିରତା ଓ ଅଶାନ୍ତି କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ପୁନର୍ବସୁ ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ବାଣିଜ୍ୟରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ ।
କର୍କଟ
କର୍କଟ
ଆଜି ଯେଉଁ ଆଶା କରିବେ କିଛି ପାଇବେ ନାହିଁ । ଅଭାବ ରହିବନି, କିନ୍ତୁ କୌଣସି କାମ ମଧ୍ୟ ଶୃଙ୍ଖଳାର ସହ ସମ୍ପନ୍ନ ହୋଇପାରିବ ନାହିଁ । ଅଶ୍ଳେଷା ନକ୍ଷତ୍ରର ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇପାରିବେ ।
ସି˚ହ
ସି˚ହ
ପଡ଼ୋଶୀଙ୍କ ଅସୂୟା ମନୋଭାବରୁ ନିକଟସ୍ଥ ବ୍ୟକ୍ତି ପରୋକ୍ଷ ସମାଲୋଚନା କରିପାରନ୍ତି ା ଯାତ୍ରାରେ ସତର୍କ ନ ରହିଲେ ଆଘାତ ଲାଗିପାରେ ା ଅଧ୍ୟୟନ ଓ ଅଧ୍ୟାପନା, ଆଲୋଚନା, ସଭାସମିତି ତଥା ସାଂସ୍କୃତିକ କ୍ଷେତ୍ରରେ ଉନ୍ନତି କରିବେ ା ପୂର୍ବାଫାଲ୍‌ଗୁନୀର ପ୍ରଶାସନ, ପରିବହନ, ନିର୍ମାଣ, ବାଣିଜ୍ୟ ସକାଶେ ଦିନଟି ବହୁତ ଭଲ ା
କନ୍ୟା
ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ ା ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡ଼ିକର ସମୀକ୍ଷା କରିବେ ା ହସ୍ତା ନକ୍ଷତ୍ରର ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ ା ଉପସ୍ଥିତ ବୁଦ୍ଧି ଖଟାଇ ପରିବାର ଭିତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବେ ା
ତୁଳା
ତୁଳା
ଭୋଗବିଳାସରେ ସହକର୍ମୀଙ୍କ ହସ୍ତେକ୍ଷପ ଦ୍ୱାରା ସାମୟିକ ବାଧାବିଘ୍ନ ଘଟିପାରେ ା ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଲାଭବାନ୍‌ ମଧ୍ୟ ହେବେ ା ସ୍ବାତୀ ନକ୍ଷତ୍ରର କଚେରି ମାମଲା ସକାଶେ ଚିନ୍ତା ବଢ଼ିପାରେ ା ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ ା ଆଜି ବିଦେଶାଗତ ବନ୍ଧୁ ହଠାତ୍‌ ପହଞ୍ଚତ୍ପାରନ୍ତି
ବିଛା
ବିଛା
ଆଜି ସଭାସମିତିରେ ଯୋଗଦେଲେ ଶ୍ରଦ୍ଧା ଓ ସମ୍ମାନ ହାସଲ କରିବେ ା ପରିବହନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇପଡ଼ିବ ା ଅନୁରାଧା ନକ୍ଷତ୍ର ରୋଗ, ଋଣରୁ ରକ୍ଷା ପାଇବାର ଯୋଜନା କରିପାରନ୍ତି ା ଅଦାଲତ ମାମଲା ଅନୁକୂଳ ହେବ।
ଧନୁ
ଧନୁ
ଶାରୀରିକ ଅସୁସ୍ଥତା ମାନସିକ ଅଶାନ୍ତିର କାରଣ ହେବ। ଅନ୍ୟାନ୍ୟ କ୍ଷେତ୍ରରେ ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିପାରେ। ପ୍ରତୀକ୍ଷା କରିଥିବା ଶୁଭ ସମ୍ବାଦଟି ଆକସ୍ମିକ ଭାବରେ ପାଇ ଉଲ୍ଲସିତ ହେବେ ା ଉତ୍ତରାଷାଢ଼ା ନକ୍ଷତ୍ର ସଭାସମିତିରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ।
ମକର
ମକର
କର୍ମକ୍ଷେତ୍ରରେ ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ ା ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ, କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ ା ଧନିଷ୍ଠା ନକ୍ଷତ୍ର ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ ା ସହକର୍ମୀଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା ସୃଷ୍ଟି ହେବ ା
କୁମ୍ଭ
କୁମ୍ଭ
ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ । ଶତଭିଷା ନକ୍ଷତ୍ରର ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ହେବ । ସାମୟିକ ଭାବପ୍ରବଣତାରେ ହଜିନଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ଚେଷ୍ଟା କଲେ ଉପକାର ମିଳିବ । ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ ।
ମୀନମୀନ
ଆଜି ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ତାହାକୁ ଠିକ୍‌ ଭାବରେ ଗ୍ରହଣ କରିବେ ନାହିଁ। ଆର୍ଥିକ ସ୍ଥିତି, ଜମିଜମା କାରବାର, ନିର୍ମାଣାଧୀନ କାମ ପ୍ରଭୃତିରୁ ଶୁଭଫଳ ପାଇବେ। ରେବତୀ ନକ୍ଷତ୍ର ସକାଶେ ଆମତ୍ୀୟଙ୍କର ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସକାଳୁ ପ୍ରିୟଜନଙ୍କ ସହ କାର୍ଯ୍ୟାରମ୍ଭର ଯୋଜନା କରିପାରନ୍ତି। ଧାର ନେଇଥିବା ବ୍ୟକ୍ତିଟି ପରିଶୋଧର ପ୍ରତିଶ୍ରୁତି ଦେଇ ଟାଳଟୁଳ ନୀତି ଅବଲମ୍ବନ କରିବେ। ହୋଟେଲ...

ରାଶିଫଳ: ରବିବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିନପାରେ। କୃତ୍ତିକା ନକ୍ଷତ୍ର ସକାଶେ ସାଧାରଣ ଘଟଣାକୁ କେନ୍ଦ୍ର କରି ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ।...

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ମନର ସ୍ଥିତିକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖିପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବାରେ ସଫଳ ହେବେ।...

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ ଆଜି ପରିବାରରେ ପିଲାମାନଙ୍କ ଶିକ୍ଷାସମସ୍ୟାର ସମାଧାନ ସାଙ୍ଗକୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ପରିବହନ ଓ ପ୍ରକାଶନରେ ସମସ୍ୟା ମୁକ୍ତ ରହିବେ।...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜି ଦ୍ୱାଦଶ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟସମସ୍ୟା, କରଜଦାତାଙ୍କ ଚାପ, ଦୂରଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ବନ୍ଧୁଙ୍କ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ହିତୈଷୀଙ୍କ ପରାମର୍ଶରେ ନୂତନ କାମ କରିବା ସକାଶେ ମନ ବଳାଇବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ...

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ସହ ଅନୁକୂଳ ବାତାବରଣ ସୃଷ୍ଟିହେବ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଭଲ ଦିନଟିଏ କହିଲେ ଅତ୍ୟୁକ୍ତି...

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଅର୍ଥ ଓ ସମ୍ମାନ ପାଇବା ସହ ଯାତ୍ରାରେ ଲକ୍ଷ୍ୟପୂରଣ ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri