Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ
ଆଜି ନୀଚସ୍ଥ ଚନ୍ଦ୍ର ଷଷ୍ଠାଧିପ ଯୁକ୍ତ କାରଣରୁ ପାରିବାରିକ କ୍ଷେତ୍ର ଅଶାନ୍ତ ରହିପାରେ। ସମ୍ପର୍କୀୟଙ୍କ ଦ୍ୱାରା କୌଣସି ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି। ବନ୍ଧୁ ଦେଇଥିବା ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରି ମନସ୍ତାପ କରିବାକୁ ପଡ଼ିପାରେ। ଶାରୀରିକ ଓ ମାନସିକ ସୁସ୍ଥତା ପ୍ରାୟତଃ ପୂର୍ବଭଳି ଅକ୍ଷୁଣ୍ଣ ରହିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ। ସ୍ବାର୍ଥ ହାସଲ ସକାଶେ ନିକଟରେ ରହୁଥିବା କୌଣସି ବିଜାତୀୟ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ବୃହସ୍ପତିଙ୍କ ପ୍ରଭାବରେ ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ।
ମିଥୁନ
ମିଥୁନ
ଆଳସ୍ୟ ଓ ଅବହେଳାଜନିତ କର୍ମକ୍ଷେତ୍ର ପ୍ରତି ଉଦାସୀନ ହେତୁ ସମସ୍ୟା ବଢ଼ିପାରେ। କେତେକ କ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ବିଚଳିତ ରହିପାରନ୍ତି। ଆକସ୍ମିକ ଭାବରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ସାୟାହ୍ନେ ବନ୍ଧୁଙ୍କ ନିକଟରୁ ଅର୍ଥ କିମ୍ବା ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଅସଫଳତା ଜନିିତ ଅତ୍ୟଧିକ ଟେନ୍‌ସନ୍‌ ହେତୁ ରକ୍ତଚାପ ମଧ୍ୟ ବଢ଼ିପାରେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। କାର୍ଯ୍ୟ ହାସଲ କରିବା ସକାଶେ ଅନ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ।
ସି˚ହ
ସି˚ହ
ଉଚ୍ଚାରୋହୀ ତୃତୀୟାଧିପତିଙ୍କ ହେତୁ ସମ୍ପର୍କୀୟମାନଙ୍କ ସହାୟତାରେ ଅସ୍ଥିରତା ଦୂରୀଭୂତ ହୋଇଯିବ। ତଥାପି ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ। ଲକ୍ଷ୍ୟସାଧନ ଉଦ୍ଦେଶ୍ୟରେ ଆଜିର ଫେରିବା ବାଟରେ ବନ୍ଧୁଙ୍କୁ ଭେଟିପାରନ୍ତି।
କନ୍ୟା
ବୁଧ ଓ ଚନ୍ଦ୍ରଙ୍କ ସଂଯୋଗରୁ କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଇଚ୍ଛା ନଥିଲେ ମଧ୍ୟ ଆକସ୍ମିକ ଭାବେ ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ପ୍ରବାସୀମାନେ ପରିବାରକୁ ମନେ ପକାଇ ନିଃସଙ୍ଗତା ବୋଧ କରିପାରନ୍ତି। ବାଣିଜ୍ୟ ବ୍ୟବସାୟରେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ସମୟ ଅତିବାହିତ କରିବେ।
ତୁଳା
ତୁଳା
ଆପଣ ପ୍ରତ୍ୟେକ କ୍ଷେତ୍ରରେ ଏତେଟା ଚିନ୍ତା କରି ଅଯଥା ଭାବପ୍ରବଣ ହେବା ଠିକ୍‌ ହେବନି। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତ୍ୟୁଷ ଯାତ୍ରା ସମୟରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ମତପାର୍ଥକ୍ୟଜନିତ ନିଜର ଭାଇଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ।
ବିଛା
ବିଛା
ଗୁରୁ ଅଷ୍ଟମାଧିପତି ଦୃଷ୍ଟିରେ ଥିବାରୁ ପୂର୍ବପରିକଳ୍ପିତ ଯୋଜନାଗୁଡ଼ିକ ବିଗିଡ଼ି ଯାଇପାରେ। ବାରମ୍ବାର ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ହେଉଥିବା ଯୋଗୁ ମନ ଅଶାନ୍ତ ରହିବ। ପଡ଼ୋଶୀଙ୍କ ମାଧ୍ୟମରେ ଦୀର୍ଘ ଦିନରୁ ଆଶା କରୁଥିବା ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। କୌଶଳରେ ବନ୍ଧୁଙ୍କ ନିକଟରୁ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ଧନୁ
ଧନୁ
କୌଣସି ନିକଟତମ ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବା ସକାଶେ ଚେଷ୍ଟା କରିପାରନ୍ତି। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହି ସମସ୍ୟା ସୃଷ୍ଟି କରିପାରନ୍ତି। ରାଶିରେ ରବିଥିବାରୁ ଅଫିସରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ।
ମକର
ମକର
ଦ୍ୱାଦଶାଧିପଙ୍କ ଦୃଷ୍ଟି ପ୍ରଭାବରେ ବାରମ୍ବାର ଭ୍ରମଣ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସମ୍ମୁଖରେ ମନ କଥାକୁ ଲୁଚାଇ ରଖି ସୌଜନ୍ୟମୂଳକ ସାକ୍ଷାତ କରିପାରନ୍ତି। ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ, ଫଳରେ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଆଗରୁ ଦେଖାଶୁଣା ନଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଏକାଦଶସ୍ଥ ସପ୍ତମାଧିପତିଙ୍କ ଯୋଗୁ ପରିବାରରେ ସ୍ତ୍ରୀଙ୍କ ପରାମର୍ଶ ଗ୍ରହଣଯୋଗ୍ୟ ହୋଇପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। କ୍ରନିକ୍‌ ରୋଗ ପୀଡ଼ା ଯୋଗୁ ମନ ବିଚଳିତ ହୋଇପାରେ। କର୍ମକ୍ଷେତ୍ରରେ ସୁଯୋଗ ଆପଣା ଛାଏଁ ଆସିବ ଓ କାମ ସମ୍ପନ୍ନ ହେବ।
ମୀନମୀନ

କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସୁବିଧା ସୁଯୋଗ ହେତୁ ନିର୍ମାଣ କାମ ତ୍ୱରାନ୍ବିତ ହେବ। ଷଷ୍ଠାଧିପ କର୍ମସ୍ଥ ହେତୁ ଶ୍ରମଜନିତ କ୍ଳାନ୍ତିବୋଧ କରିବେ ଏବଂ କୌଣସି କାମ ଶୃଙ୍ଖଳିତ ହେବନାହିଁ। ପାଖ ପଡ଼ୋଶୀଙ୍କ ଅଭିଯୋଗ ଅମୂଳକ ନୁହେଁ, ଏହାକୁ ଗୁରୁତ୍ୱର ସହ ବିଚାରକୁ ନେବା ଭଲ ହେବ। ବନ୍ଧୁଙ୍କ ସାହାଯ୍ୟରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଏପ୍ରିଲ୍‍ ୧୧ ତାରିଖ – Daily Horoscope

ମେଷ ଆଜି ଷଷ୍ଠ ସ୍ଥାନରେ ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା ଏବଂ ପାରିବାରିକ ସଦ୍ଭାବଜନିତ ମନ ଖୁସି ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୯ ତାରିଖ – Daily Horoscope

ମେଷ ପାରିବାରିକ କ୍ଷେତ୍ରରେ ମତାନ୍ତରଜନିତ ଅଶାନ୍ତ ପରିସ୍ଥିତିରୁ ଡିପ୍ରେସନ ଲାଗି ରହିବ। ଦୂରଦର୍ଶିତାବିହୀନ କାର୍ଯ୍ୟ ଓ ପୁରାତନ ରୋଗ ଯୋଗୁ ମାନସିକ ସୁସ୍ଥତା ହରାଇବେ। ବାଣିଜ୍ୟ,...

ରାଶିଫଳ: ମଙ୍ଗଳବାର , ଏପ୍ରିଲ୍‍ ୮ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁଙ୍କ ସହଯୋଗରେ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା...

ରାଶିଫଳ: ସୋମବାର, ଏପ୍ରିଲ୍‍ ୭ ତାରିଖ – Daily Horoscope

ମେଷ ଆଜି କୌଣସି କାମ ଆରମ୍ଭ କଲେ ମଧ୍ୟ ତାହା ପ୍ରତିବନ୍ଧକ ମଧ୍ୟରେ ଅଟକି ଯାଇପାରେ। ଏକ ସାଧାରଣ ଘଟଣାରୁ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ...

ରାଶିଫଳ: ରବିବାର, ଏପ୍ରିଲ୍‍ ୬ ତାରିଖ – Daily Horoscope

ମେଷ ଆଜି ଯାହା କିଛି କରିବାକୁ ଚାହୁଁଛନ୍ତି, ସେଥିପାଇଁ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। ତୃତୀୟସ୍ଥ ଚନ୍ଦ୍ର ହେତୁ ମନ ଦୁର୍ବଳ ରହିଲେ ମଧ୍ୟ...

ରାଶିଫଳ: ଶୁକ୍ରବାର , ଏପ୍ରିଲ୍‍ ୪ ତାରିଖ – Daily Horoscope

ମେଷ ସରକାରୀ ସ୍ତରରୁ ପ୍ରାପ୍ୟରେ ବାଧା ଉପୁଜିବା କାରଣକୁ ନେଇ ମାନସିକ ଅସ୍ଥିରତା ଦେଖାଦେବ। ବାରମ୍ବାର ଭ୍ରମଣ ହେତୁକ ଶାରୀରିକ ଅସୁସ୍ଥତା ହେବାର ସୂଚନା ରହିଛି।...

ରାଶିଫଳ: ଶନିବାର , ଏପ୍ରିଲ୍‍ ୫ ତାରିଖ – Daily Horoscope

ମେଷ ଦୁଃସ୍ଥାନରେ ଗ୍ରହଯୁଦ୍ଧ ଯୋଗୁ ଯାତ୍ରା, ଅର୍ଥ ସମ୍ପର୍କ, ପାରିବାରିକ ବ୍ୟତିକ୍ରମ ଦେଖାଦେଇପାରେ।ଣାଧିପ ରବି ଅଷ୍ଟମସ୍ଥ ଯୋଗୁ ପଦସ୍ଥ ବ୍ୟକ୍ତିଙ୍କ ସହିତ ଭୁଲ୍‍ ବୁଝାମଣାର ଆଶଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image