Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଠିକ୍‌ ସମୟରେ ସହକର୍ମୀଙ୍କ ଅନୁପସ୍ଥିତି କାରଣରୁ ଉପରିସ୍ଥଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି। ଯାତ୍ରାକାଳରେ କୌଣସି ଯୁବକ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ଗତ ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ, ଅବଶ୍ୟ ସୁଫଳ ପାଇବେ।
ବୃଷ
ବୃଷ
ସାଧାରଣ କଥାକୁ କେନ୍ଦ୍ର କରି କୌଣସି ବ୍ୟକ୍ତି ଅଭିଯୋଗ ନେଇ ଆସିବେ। ସମ୍ମୁଖରେ ଭଲ ଭଲ କଥା କହି ପରୋକ୍ଷ ଶତ୍ରୁତା କରୁଥିବା ଯୋଗୁ ବିଚଳିତବୋଧ କରିବେ। ପରକଥାରେ ମୁଣ୍ଡ ପୂରାନ୍ତୁ ନାହିଁ, ଯଦ୍ଦ୍ବାରା ଅପଦସ୍ଥ ହେବାକୁ ପଡ଼ିପାରେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ମିଥୁନ
ମିଥୁନ
ସବୁ କିଛି ଭଲ ଥିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ବାରମ୍ବାର ଆଲୋଡ଼ିତ କରିବ। ଆଶା କରିନଥିବା ଖବର ଶୁଣି ବିସ୍ମିତ ହୋଇପାରନ୍ତି। ଆମତ୍ୀୟ ସ୍ବଜନମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ରାଜନୈତିକ ସ୍ତରରେ କଳହ ଘେରରେ ଆକ୍ରାନ୍ତ ହୋଇ ପାରନ୍ତି। ସନ୍ତାନହେତୁକ ଚିନ୍ତା ଦୂରହେବ।
କର୍କଟ
କର୍କଟ
ଖର୍ଚ୍ଚ ବଢ଼ିବା ସାଙ୍ଗକୁ କଷ୍ଟପ୍ରଦ ଜୀବନ କାଟିବେ। କର୍ମକ୍ଷେତ୍ରରେ ପ୍ରତ୍ୟେକ ବିଫଳତାକୁ ସମୀକ୍ଷା କରି ନିରାକରଣ ପୂର୍ବକ କାର୍ଯ୍ୟକଲେ ସଫଳତା ପାଇବେ। ସ୍ତ୍ରୀଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। ବନ୍ଧୁଙ୍କ ପରାମର୍ଶ କ୍ରମେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି। ସାୟାହ୍ନେ ଟେନସନ୍‌ ବଢ଼ିଯିବ।
ସି˚ହ
ସି˚ହ
ଆବଶ୍ୟକତା ପୂରଣ ସକାଶେ ଉଧାର କରିବାକୁ ପଡ଼ିପାରେ। କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। କର୍ମ କ୍ଷେତ୍ରରେ ଧୀରେ ସୁସ୍ଥେ ଗତି କରିବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ ଏବଂ ଏଜେନ୍ସି, କଳା, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। ଅନିଚ୍ଛା ସତ୍ତ୍ୱେ କୌଣସି କାମ କରି ଅନୁତପ୍ତ ହେବେ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ଦିଗରେ ବିଭିନ୍ନ ପ୍ରକାରର ଆଲୋଚନା କରିବେ। ସମସ୍ୟା ମଧ୍ୟରେ ଗତି କରୁଥିବା କାରଣରୁ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଭଲ ସମ୍ପର୍କ ଥିବା ବନ୍ଧୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ବୁଝିପାରନ୍ତି। ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ତୁଳା
ତୁଳା
ଅଯଥା କାମରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟାକୁ ଦ୍ୱିଗୁଣିତ କରିବ। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ। ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ଆବଶ୍ୟକତାକୁ ନେଇ ନିଜ ମନ ପସନ୍ଦର ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ।
ବିଛା
ବିଛା
ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ବନ୍ଧୁମାନଙ୍କ ଦ୍ୱାରା ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ଦୂର ସମ୍ପର୍କୀୟ ବନ୍ଧୁ ଆଜି ଆସିପାରନ୍ତି।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବାରୁ ପଡ଼ୋଶୀମାନେ ଭୂରି ଭୂରି ପ୍ରଶଂସା କରିପାରନ୍ତି। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାଢ଼୍ରାନ୍ତ ରହିପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଏବଂ ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିବ। ଭୁଲ୍‌ ବୁଝାମଣା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ। ଆମତ୍ୀୟ ତଥା ପଡ଼ୋଶୀମାନେ ମନ ବୁଝିଲାଭଳି କଥା କହି କାର୍ଯ୍ୟ ହାସଲ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ବିବାଦୀୟ ଘଟଣା କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବେ, କିନ୍ତୁ ଆର୍ଥିକ ଅନଟନ ମଧ୍ୟରେ ସମୟ କଟାଇବେ।
ମୀନମୀନ
ଆଜି ଏକାଧାରରେ ଅର୍ଥ ଓ ସମ୍ମାନ ପାଇବେ, କିନ୍ତୁ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବ୍ୟବସାୟରେ ଉଚ୍ଚ ଫଳ ପ୍ରାପ୍ତି ହେବ। କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସରକାରୀ ସ୍ତରରେ ଅଟକି ରହିଥିବା କାମ କରିବା ସକାଶେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ ଆର୍ଥିକ ଉନ୍ନତି ସହ କୌଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ଯୋଜନା କରିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନ...

ରାଶିଫଳ: ଶନିବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ପ୍ରଭାବରେ ପୂଜାପାର୍ବଣରେ ସତ୍‌ସଙ୍ଗ ଓ ଈଶ୍ୱରୀୟ ଅନୁଚିନ୍ତା ଜାଗ୍ରତ ହେବ। ଜଣେ ବନ୍ଧୁ ଘରକୁ ଆସିବେ ଏବଂ ଫେରିବା ସମୟକୁ...

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ ଆଜି କର୍ମାଧିପ ବକ୍ରି ଶନିଙ୍କ ପ୍ରଭାବରେ କାର୍ଯ୍ୟବ୍ୟସ୍ତତା କାରଣରୁ ଅଧିକାଂଶ ସମୟ ମନ ଅସ୍ଥିର ରହିବ। ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୫ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସମସ୍ୟାବହୁଳ ସାମାଜିକ ସ୍ଥିତି ଦେଖାଦେଇପାରେ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନ ରୁହନ୍ତୁ । ଆକସ୍ମିକ ଭାବରେ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ ଆଜି ସୁସ୍ଥ ପାରିବାରିକ ଜୀବନ ସଙ୍ଗକୁ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବୃଦ୍ଧି ଘଟିବ। ନୂତନଗୃହ, ଗାଡ଼ି, ମୋଟର କ୍ରୟକରିବା ସକାଶେ ମନ ବଳାଇ ପାରନ୍ତି।...

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୩ ତାରିଖ – Daily Horoscope

ମେଷ ଆଜି ନିଜ ନିଜ ସ୍ତରରେ ଅର୍ଥ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଲାଭକରିବେ। ଦୃଢ଼ ମନୋବଳ ଓ ସୁଚିନ୍ତିତ ବିଚାରଧାରା ହେତୁ କିଛି ଅସୁବିଧା ହେବନାହିଁ।...

ରାଶିଫଳ: ସୋମବାର, ସେପ୍ଟେମ୍ବର ୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ଟଙ୍କା ପଇସା, ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ପ୍ରତିଯୋଗିତା ପାଇଁ ଚିନ୍ତା କରିବେ। ଶେଷ ପର୍ଯ୍ୟାୟକୁ ଯାଇଥିବା କୌଣସି ନିଷ୍ପତ୍ତି ଆମତ୍ୀୟସ୍ବଜନଙ୍କ ବିରୁଦ୍ଧାଚରଣ...

ରାଶିଫଳ: ରବିବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଚତୁର୍ଥ କେନ୍ଦ୍ରରେ ଅବସ୍ଥାନ କରିଥିବା ଯୋଗୁ କର୍ମାରମ୍ଭ ପ୍ରସ୍ତୁତି କରିପାରନ୍ତି। ପାପଗ୍ରହ ମଧ୍ୟସ୍ଥ ହେତୁ ଅଧିକାଂଶ ସମୟ ନିଜ ଲୋକଙ୍କ ବିରୁଦ୍ଧାଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri