Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ
ଆଜି ସପ୍ତମ ଚନ୍ଦ୍ରଙ୍କ ସୁପ୍ରଭାବରୁ ଅର୍ଥ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟଗୁଡ଼ିକ ପ୍ରତି ଆଗ୍ରହୀ ହେବେ। ବନ୍ଧୁବାନ୍ଧବ କିମ୍ବା ସହକର୍ମୀଙ୍କୁ ଧାର କରଜ ଦେଇ ମନସ୍ତାପ କରିପାରନ୍ତି। ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
ବୃଷ
ବୃଷ
ତୃତୀୟସ୍ଥ ମଙ୍ଗଳ ଯୋଗୁ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ମନରେ ଆଲୋଡନ ସୃଷ୍ଟି କରିବ। ଅସାବଧାନତା ବଶତଃ ମୂଲ୍ୟବାନ୍‌ ଦ୍ରବ୍ୟ ନଷ୍ଟ ହୋଇପାରେ। କର୍ମକ୍ଷେତ୍ରକୁ ଯିବା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ।
ମିଥୁନ
ମିଥୁନ
ଆଜି ଚତୁର୍ଥସ୍ଥାନରେ କେତୁ ଥିବାରୁ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ହେତୁ ମନ ଭଲ ରହିବ ନାହିଁ। ସପ୍ତମସ୍ଥ ଶୁକ୍ରଜନିତ ବନ୍ଧୁ ସମ୍ପର୍କ ଯୋଡିବାକୁ ଚେଷ୍ଟା କଲେ ଉପକୃତ ହେବେ। ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ କୌଣସି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଏକାଦଶରେ ଷଷ୍ଠାଧିପ ଥିବାରୁ ଯେଉଁ ଆଶା ନେଇ ଯିବେ ପ୍ରତିବଦଳରେ କିଛି ପାଇବେ ନାହିଁ। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତି କିଛି ସାହାଯ୍ୟ କରିବେ। ବାଣିଜ୍ୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ। ବନ୍ଧୁଙ୍କ ସହ ସାଧାରଣ ଯୁକ୍ତିତର୍କରୁ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
ସି˚ହ
ସି˚ହ
ଗତକାଲିର ଘଟଣା ବିଷୟରେ ଚିନ୍ତା କରି ମନରେ ସରସତା ରହିବନାହିଁ। ମଘାର ସକାଳୁ ସକାଳୁ କିଛି ଶୁଭ ଖବର ସାଙ୍ଗକୁ ଅର୍ଥଲାଭରୁ ମନଟା ଖୁସି ହୋଇଯାଇପାରେ। ନିକଟସ୍ଥ ବ୍ୟକ୍ତିମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ତରବରିଆ ଯାତ୍ରାରୁ ବିରତ ରହିଲେ ଭଲ। ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ।
କନ୍ୟା
ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କାମର ସମୀକ୍ଷା କରିବେ। ମଙ୍ଗଳ ଦୃଷ୍ଟ ଶନିଙ୍କ ଯୋଗୁ ପିଲାଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବ। ପଡ଼ୋଶୀଙ୍କ ସହାୟତାରେ ପରିବାର ଭିତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବେ।
ତୁଳା
ତୁଳା
କର୍ମଭାବରେ ଧନାଧିପ ଥିବାରୁ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି ଲାଭବାନ୍‌ ହେବେ। କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବାର ଆଶା ରହିଛି। ସନ୍ତାନଙ୍କ ସ୍ବାସ୍ଥ୍ୟହାନି କାରଣରୁ ବିଚଳିତ ହୋଇପାରନ୍ତି।
ବିଛା
ବିଛା
କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ଉପକାର କରିଥିବା ବ୍ୟକ୍ତିଙ୍କ ଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇପଡିବ। ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ ତଥାପି ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ଅନୁରାଧା ନକ୍ଷତ୍ର ରୋଗ, ଋଣରୁ ରକ୍ଷା ପାଇବାର ପରିକଳ୍ପନା କରିପାରନ୍ତି।
ଧନୁ
ଧନୁ
ଘରର ପରିସ୍ଥିତି ଆପଣଙ୍କ ଚିନ୍ତାର କାରଣ ହେବ। ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଆଲୋଚନା ପରିସରରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଉତ୍ତରାଷାଢ଼ା ନକ୍ଷତ୍ର ଅନ୍ୟମାନଙ୍କୁ ନିଜ ସହ ତୁଳନା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ମକର
ମକର
ମଧୁର ବ୍ୟବହାର ଦ୍ୱାରା ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ପରିବହନ, ବ୍ୟବସାୟରେ ଉନ୍ନତି ଘଟିଲେ ମଧ୍ୟ ନିର୍ମାଣାଧୀନ କାମଟି ଆଜି କରିପାରିବେ ନାହିଁ। ବନ୍ଧୁଙ୍କଠାରୁ ଗୁଜବ ଶୁଣିବା ପରେ ମନରେ ଭାବାନ୍ତର ସୃଷ୍ଟି ହେବ। ଧନିଷ୍ଠା ବେଳକାଳ ଉଣ୍ଡି ଠିକଣା ସମୟରେ ଉଚିତ ପଦକ୍ଷେପ ନେଲେ କୃତକାର୍ଯ୍ୟ ହେବେ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ର ନକ୍ଷତ୍ରର ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ପୂର୍ବପରିକଳ୍ପିତ କାମଟିରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ। ଯାତ୍ରା, ବାଣିଜ୍ୟ, ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ। ଧୀର ପାଣି ପଥର କାଟିବା ନ୍ୟାୟରେ କାମ କରିବେ ଓ ସଫଳ ମଧ୍ୟ ହେବେ।
ମୀନମୀନ

ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ସମାଲୋଚନା କରିପାରନ୍ତି। ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତି, କଳା, ସାହିତ୍ୟ, ବନ୍ଧୁସମ୍ପର୍କରେ କିଛିଟା ସମସ୍ୟା ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଏପ୍ରିଲ୍‍ ୧୧ ତାରିଖ – Daily Horoscope

ମେଷ ଆଜି ଷଷ୍ଠ ସ୍ଥାନରେ ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା ଏବଂ ପାରିବାରିକ ସଦ୍ଭାବଜନିତ ମନ ଖୁସି ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୯ ତାରିଖ – Daily Horoscope

ମେଷ ପାରିବାରିକ କ୍ଷେତ୍ରରେ ମତାନ୍ତରଜନିତ ଅଶାନ୍ତ ପରିସ୍ଥିତିରୁ ଡିପ୍ରେସନ ଲାଗି ରହିବ। ଦୂରଦର୍ଶିତାବିହୀନ କାର୍ଯ୍ୟ ଓ ପୁରାତନ ରୋଗ ଯୋଗୁ ମାନସିକ ସୁସ୍ଥତା ହରାଇବେ। ବାଣିଜ୍ୟ,...

ରାଶିଫଳ: ମଙ୍ଗଳବାର , ଏପ୍ରିଲ୍‍ ୮ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁଙ୍କ ସହଯୋଗରେ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା...

ରାଶିଫଳ: ସୋମବାର, ଏପ୍ରିଲ୍‍ ୭ ତାରିଖ – Daily Horoscope

ମେଷ ଆଜି କୌଣସି କାମ ଆରମ୍ଭ କଲେ ମଧ୍ୟ ତାହା ପ୍ରତିବନ୍ଧକ ମଧ୍ୟରେ ଅଟକି ଯାଇପାରେ। ଏକ ସାଧାରଣ ଘଟଣାରୁ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ...

ରାଶିଫଳ: ରବିବାର, ଏପ୍ରିଲ୍‍ ୬ ତାରିଖ – Daily Horoscope

ମେଷ ଆଜି ଯାହା କିଛି କରିବାକୁ ଚାହୁଁଛନ୍ତି, ସେଥିପାଇଁ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। ତୃତୀୟସ୍ଥ ଚନ୍ଦ୍ର ହେତୁ ମନ ଦୁର୍ବଳ ରହିଲେ ମଧ୍ୟ...

ରାଶିଫଳ: ଶୁକ୍ରବାର , ଏପ୍ରିଲ୍‍ ୪ ତାରିଖ – Daily Horoscope

ମେଷ ସରକାରୀ ସ୍ତରରୁ ପ୍ରାପ୍ୟରେ ବାଧା ଉପୁଜିବା କାରଣକୁ ନେଇ ମାନସିକ ଅସ୍ଥିରତା ଦେଖାଦେବ। ବାରମ୍ବାର ଭ୍ରମଣ ହେତୁକ ଶାରୀରିକ ଅସୁସ୍ଥତା ହେବାର ସୂଚନା ରହିଛି।...

ରାଶିଫଳ: ଶନିବାର , ଏପ୍ରିଲ୍‍ ୫ ତାରିଖ – Daily Horoscope

ମେଷ ଦୁଃସ୍ଥାନରେ ଗ୍ରହଯୁଦ୍ଧ ଯୋଗୁ ଯାତ୍ରା, ଅର୍ଥ ସମ୍ପର୍କ, ପାରିବାରିକ ବ୍ୟତିକ୍ରମ ଦେଖାଦେଇପାରେ।ଣାଧିପ ରବି ଅଷ୍ଟମସ୍ଥ ଯୋଗୁ ପଦସ୍ଥ ବ୍ୟକ୍ତିଙ୍କ ସହିତ ଭୁଲ୍‍ ବୁଝାମଣାର ଆଶଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image