Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ
ଶୁକ୍ରଙ୍କ ପ୍ରଭାବରେ ଅର୍ଥର ଅଭାବ ଥିଲେ କ’ଣ ହେଲା ବନ୍ଧୁଙ୍କ ସଦ୍‌ଭାବ ସହକର୍ମୀମାନଙ୍କ ସହଯୋଗ ପାଇବେ। ଆଜି ଦିନଟିରେ ମନ ଅନୁଯାୟୀ କାମ ଗୁଡ଼ିକ ସମ୍ପନ୍ନ ହେବ। ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପରିବାର ପାଇଁ ପରିସ୍ଥିତିବଶତଃ ଧାରକରଜ କରି କାମ ଚଳାଇ ନେବେ।
ବୃଷ
ବୃଷ
ରାଶିରେ ରାହୁଯୁକ୍ତ ମଙ୍ଗଳ ଯୋଗୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। କିନ୍ତୁ କର୍ମକ୍ଷେତ୍ରରେ ଟେନସନ୍‌ କିଛି ମାତ୍ରାରେ ବଢ଼ିଯିବ। ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବା ସହ ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ସହକର୍ମୀଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସମ୍ମୁଖରେ ନିଜର ମନକଥା ପ୍ରକାଶ କରିପାରିବେ ନାହିଁ। ପାରିବାରିକ ଦିଗରୁ ଭୋଗବିଳାସରେ ବାଧାବିଘ୍ନ ଘଟିପାରେ। ବନ୍ଧୁବର୍ଗରେ ଶ୍ରଦ୍ଧାଭାଜନ ହେବେ କିନ୍ତୁ ମାନସିକ ଅସ୍ଥିରତା ମଧ୍ୟରେ ସମୟ କାଟିବେ।
କର୍କଟ
କର୍କଟ
ଅବସ୍ଥାରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ରାସ୍ତାରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ପରିବାର ପାଇଁ ମନଲାଖି ଜିନିଷ ଗୁଡାଏ କିଣିପାରନ୍ତି। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
ସି˚ହ
ସି˚ହ
ଅଧିକାଂଶ ସମୟ ଗୁରୁଜନଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ। ବନ୍ଧୁଙ୍କୁ ବହୁତ କଥା କହିବାକୁ ଇଚ୍ଛାଥିଲେ ମଧ୍ୟ କିଛି କହିପାରିବେ ନାହିଁ। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଏଜେନ୍ସି, ସାମ୍ବାଦିକତା, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।
କନ୍ୟା
ଆକସ୍ମିକ ଭାବରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହେବ। ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।
ତୁଳା
ତୁଳା
ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଘର କଥାନେଇ ପରିବାର ସହ ଆଲୋଚନା କଲେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ବିଛା
ବିଛା
ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରୁ ଫେରିବାରେ ବିଳମ୍ବ ଘଟିବ। ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ଅବଶ୍ୟ କୌଶଳ ପ୍ରୟୋଗ କରି କାମ ହାସଲ କରିବେ।
ଧନୁ
ଧନୁ
ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ବନ୍ଧୁ ଗହଣରେ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବା ସହ ପ୍ରଶାସନିକ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
ମକର
ମକର
ଆଜି ଦିନଟିରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। କଥାକହିବା ସମୟରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ଆକସ୍ମିକ ଭାବରେ ସୁଖଭ୍ରମଣ ଯୋଗ ରହିଛି ଏବଂ କଳା, ସାହିତ୍ୟରେ ଉନ୍ନତି କରିବେ। ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ।
ମୀନମୀନ
ନକାରାତ୍ମକ ଚିନ୍ତାଧାରା ମନକୁ ବେଶି ବିବ୍ରତ କରିପାରିବ ନାହିଁ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ କିମ୍ବା ରାଜନୀତି, ସଂଗଠନ, ସଭାସମିତିରେ ଆଶାଜନକ ଫଳ ପାଇବେ। ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିବେ। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ନଭେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଲାଗି ରହିବ। କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିପାରେ। ଆର୍ଥିକ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୨ ତାରିଖ – Daily Horoscope

ମେଷ ଗତକାଲି ପରି ଆଜିର ପରିସ୍ଥିତିରେ କୌଣସି ପରିବର୍ତ୍ତନ ସୂଚନା ନାହିଁ। ଉପସ୍ଥିତବୁଦ୍ଧି ଅନ୍ୟମାନଙ୍କୁ ଆପଣାର କରିବାରେ ସହାୟକ ହେବ। ପାରିବାରିକ ଜୀବନରେ ଶାନ୍ତି ଓ...

ରାଶିଫଳ: ଗୁରୁବାର , ନଭେମ୍ବର ୨୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ମଙ୍ଗଳ ଯୋଗ ହେତୁ ପାରିବାରିକ ଓ କର୍ମକ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ। ଘରକୁ ନୂଆ ବନ୍ଧୁ ଆସିବେ, ସାମାଜିକ ସମ୍ମାନ ସହ...

ରାଶିଫଳ: ବୁଧବାର, ନଭେମ୍ବର ୨୦ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ି ଚାଲିବ। ପରିବାରରେ ପୁଅ ବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିପାରେ।...

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି କାରଣରୁ ସ୍ଥଗିତ ଥିବା କାମ ହାସଲର ଅନୁକୂଳ ସୂଚନା ପାଇବେ। ପାରିବାରିକ ସମସ୍ୟାର ସମାଧାନ ଖୁସିକୁ ଦ୍ୱିଗୁଣିତ କରିବ। ଶତ୍ରୁତା...

ରାଶିଫଳ: ସୋମବାର, ନଭେମ୍ବର ୧୮ ତାରିଖ – Daily Horoscope

ମେଷ ଆଜି ଭାଗ୍ୟସ୍ଥାନ ଦୃଷ୍ଟ ଚନ୍ଦ୍ର ଆପଣଙ୍କ କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ସରସ କରିବ। ଜଣେ ବନ୍ଧୁ ଆସିବେ କିନ୍ତୁ ଫେରିବା ସମୟକୁ ମନଦୁଃଖ...

ରାଶିଫଳ: ରବିବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ବକ୍ରୀ ବୃହସ୍ପତିଙ୍କ ସହିତ ଚନ୍ଦ୍ର ରହିଥିବା ହେତୁ ଅର୍ଥ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ପ୍ରାପ୍ତ ହେବ। ଅଶ୍ୱିନୀ ନକ୍ଷତ୍ରର ଅଭ୍ୟନ୍ତରରେ କୁହୁଳୁଥିବା...

ରାଶିଫଳ: ଶନିବାର , ନଭେମ୍ବର ୧୬ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରର ଅର୍ଥ, ଜମିଜମା, କଳକବ୍‌ଜା, ବିଦ୍ୟୁତ୍‌ ଉପକରଣାଦି ଲାଭ ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri