Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର କେନ୍ଦ୍ରରେ ଶନିଥିବାରୁ ମନକୁ ବିକ୍ଷିପ୍ତ ଭାବନାରେ ଚିନ୍ତିତ କରାଇବେ। ରାଜନୀତି, ପ୍ରଶାସନ, ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ।
ବୃଷ
ବୃଷ
ଆଜି ରାଶ୍ୟାଧିପତି କର୍ମ ଭାବରେ ଥିବାରୁ ଅର୍ଥ ଓ ସମ୍ମାନ ପାଇବେ। କଳା, କ୍ରୀଡ଼ା ଓ ସାହିତ୍ୟ, ସଙ୍ଗୀତରେ ସୁନାମ ଅର୍ଜିବେ। ପରିଜନକୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ। ନିର୍ମାଣ, ବାଣିଜ୍ୟ, ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ ସାଙ୍ଗକୁ ମାଲିମକଦ୍ଦମା ପ୍ରଭୃତିରେ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। ଉପରିସ୍ଥଙ୍କ ଆଦେଶାନୁସାରେ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବେ। ନିଜ ପରିସରରେ ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟି କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ଜମିଜମା କାରବାର, କଳ, କାରଖାନା ଓ ଧାତୁ ଅଳଙ୍କାର କାମରୁ ଲାଭବାନ୍‌ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅନୁକମ୍ପାରୁ କାର୍ଯ୍ୟ ହାସଲ କରିବେ। ସମସ୍ୟା ସମାଧାନରେ ଅତିପ୍ରିୟ ବନ୍ଧୁଙ୍କ ପରାମର୍ଶରୁ ମାନସିକ ସାନ୍ତ୍ବନା ମିଳିବ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସଭାସମିତିରେ ଆଜିର ଆଲୋଚନା ଫଳପ୍ରଦ ନ ହୋଇପାରେ।
ସି˚ହ
ସି˚ହ
ସହକର୍ମୀମାନଙ୍କ ପିଠି ଥାପୁଡ଼େଇ କାମ ହାସଲ କରିବେ। ମାତ୍ର ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଆଖିରେ ନଦେଖି କେବଳ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ପ୍ରତିବନ୍ଧକ କାରଣରୁ ସଫଳତା ହାସଲ କରିପାରିବେ ନାହିଁ।
କନ୍ୟା
ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ହଇରାଣରେ ପଡ଼ିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ମାନସିକ ସ୍ଥିତି ଭଲ ନ ଥିବା କାରଣରୁ ପ୍ରତ୍ୟେକ କଥାରେ ବିରକ୍ତିବୋଧ ଅନୁଭବ କରିପାରନ୍ତି।
ତୁଳା
ତୁଳା
ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ ପ୍ରଶଂସିତ ହେବେ। ବିଭିନ୍ନ କ୍ଷେତ୍ରରୁ ନିଜ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ଆସିପାରେ। ଭାବୁଥିବା ବିଷୟଟାକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ପରିବାର ଭିତରେ ଭାଇଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ।
ବିଛା
ବିଛା
ପ୍ରତ୍ୟେକ ପରିସ୍ଥିତିରେ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବାରେ ସଫଳ ହେବେ। ପରିବାରରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିପାରେ। ବନ୍ଧୁଙ୍କ ନିକଟରୁ ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପଡ଼ୋଶୀଙ୍କ ସହାୟତାରେ ବାକି ପଡ଼ିଥିବା ଅର୍ଥ ଆଦାୟରେ ସକ୍ଷମ ହୋଇପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ରରେ ବିଶେଷତଃ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। କଠିନ ଶ୍ରମ ଓ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବାର ସୂଚନା ରହିଛି। ଅସମର୍ଥିତ ସୂତ୍ରରୁ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବହୁତ ଦିନରୁ ଅଟକି ରହିଯାଇଥିବା କାମ ହାସଲ କରିବାରେ ସମର୍ଥ ହେବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ। କର୍ମକ୍ଷେତ୍ରରେ ଭଲ ସମ୍ପର୍କ ନଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ନେବାରେ ସମର୍ଥ ହୋଇପାରିବେ। ଅର୍ଥ ସଙ୍କଟ, ମାଲିମକଦ୍ଦମା, ପରୋକ୍ଷ ଶତ୍ରୁତା ଦୁଶ୍ଚିନ୍ତାର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ସ୍ବାର୍ଥ ହାସଲ ନ କରି ପାରିବା କାରଣରୁ ନିଜ ଲୋକଟି ହଠାତ୍‌ ଶତ୍ରୁତା କରିବାକୁ ପଛାଇବ ନାହିଁ। ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବା କାରଣରୁ ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ମୀନମୀନ

ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ। ପ୍ରତିଯୋଗିତା, କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ, ମାଲିମକଦ୍ଦମାରେ ମଧ୍ୟ ସଫଳତା ହାସଲ କରିବେ। ପରିବାରର କୌଣସି ବ୍ୟତିକ୍ରମକୁ ସୁଧାରିବାର ଉପକ୍ରମ କରିପାରନ୍ତି। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜାନୁଆରୀ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ନିର୍ବିଘ୍ନରେ ସମାପନ ହେବ। ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଏକାଦଶସ୍ଥ ଶୁକ୍ର...

ରାଶିଫଳ: ଶନିବାର, ଜାନୁଆରୀ ୧୧ ତାରିଖ – Daily Horoscope

ମେଷ ବକ୍ରୀ ମଙ୍ଗଳ ବାଧକାଧିପ ଶନିଙ୍କ ନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ଣ୍ଣତଃ ଉପଶମ ହୋଇ ନ ପାରେ। ନିଜ ପରିସରରେ ମିଥ୍ୟା ଅଭିଯୋଗ ସକାଶେ...

ରାଶିଫଳ: ଶୁକ୍ରବାର , ଜାନୁଆରୀ ୧୦ ତାରିଖ – Daily Horoscope

ମେଷ ଆଜି କଲ୍ୟାଣ ଚନ୍ଦ୍ର ହେତୁ ଆପଣଙ୍କ ଚେଷ୍ଟା ଓ କର୍ମାନୁସାରେ ଅର୍ଥପ୍ରାପ୍ତିର ମାର୍ଗ ପ୍ରଶସ୍ତ ରହିବ। ମନରେ ଆଶଙ୍କା ଓ ସନ୍ଦେହ ଉଙ୍କିମାରୁଥିଲେ ହେଁ...

ରାଶିଫଳ: ଗୁରୁବାର, ଜାନୁଆରୀ ୯ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁଙ୍କ ନିକଟରୁ ସହଯୋଗ ପାଇବେ। ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହେବ।...

ରାଶିଫଳ: ବୁଧବାର, ଜାନୁଆରୀ ୮ ତାରିଖ – Daily Horoscope

ମେଷ ଆଜି ସମସ୍ୟା ସମାଧାନ, ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ, ପ୍ରଶାସନିକ ସଫଳତା ପାଇବେ। ବ୍ୟୟସ୍ଥ ରାହୁ ଯୋଗୁ ବିଦେଶ ଯାତ୍ରା ସୁଯୋଗ, ଅପବ୍ୟୟ ସଙ୍ଗକୁ ସ୍ବାସ୍ଥ୍ୟହାନି...

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୭ ତାରିଖ – Daily Horoscope

ମେଷ କର୍ମଜଞ୍ଜାଳ ବଢ଼ିବା କାରଣରୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ। କାନକୁହା କଥା ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ ଓ କୌଣସି ବିବାଦୀୟ ପରିବେଶ ସୃଷ୍ଟି କରିପାରେ।...

ରାଶିଫଳ: ସୋମବାର, ଜାନୁଆରୀ ୬ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ ଆଶା କରିଥିବା ଖବରଟି ପାଇ ମନ ଖୁସି ହୋଇଯିବ। ଯାତ୍ରା, ବାଣିଜ୍ୟ, ପରିବହନ ପ୍ରଭୃତି କ୍ଷେତ୍ରରେ ସୁଫଳ ପାଇବେ। ନିଜର...

ରାଶିଫଳ: ରବିବାର, ଜାନୁଆରୀ ୫ ତାରିଖ – Daily Horoscope

ମେଷ ଆଜିର ଏକାଦଶରେ ତିନୋଟି ଗ୍ରହ ଥିବାରୁ ସମ୍ମାନ, କାର୍ଯ୍ୟସାଧନ, ମିତ୍ରତା ବୃଦ୍ଧି ସାଙ୍ଗକୁ ବିବାଦର ସମାଧାନ ହେବ। ନୀଚ ରାଶିରେ ମଙ୍ଗଳଜନିତ ଅସୁସ୍ଥତାର ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image