Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ସମସ୍ୟା ସମାଧାନ ସଙ୍ଗକୁ ଆନୁଷ୍ଠାନିକ କାମ ସୁରୁଖୁରୁରେ ସମ୍ପନ୍ନ ହେବ। ଯାନ୍ତ୍ରିକ ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଯୋଜନାରମ୍ଭ ସକାଶେ ବନ୍ଧୁବର୍ଗଙ୍କ ସହମତି ମନର ଉତ୍ସାହକୁ ଦ୍ୱିଗୁଣିତ କରିବ। ସଭାସମିତି, ସଂଗଠନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ପ୍ରତିବନ୍ଧକ ଦୂରେଇଯିବ।
ବୃଷ
ବୃଷ
ପରିବାର ସଦସ୍ୟଙ୍କୁ ମନ ବୁଝିଲା ଭଳି କଥା କହି ଆପଣେଇ ନେବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରି ସଫଳତା ପାଇବେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପଦସ୍ଥ ହେବେ। ବାଣିଜ୍ୟ କିମ୍ବା ନୂତନ ଯୋଜନାରମ୍ଭ ସକାଶେ ମୋଟାଅଙ୍କର ଅର୍ଥ ପାଇଁ ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି।
ମିଥୁନ
ମିଥୁନ
ମନ ଭିତରର ଅକୁହା କଥାକୁ ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ପ୍ରକାଶ କରି ମନକୁ ହାଲୁକା କରିପାରନ୍ତି। ଆଲୋଚନାର ଶେଷ ପର୍ଯ୍ୟାୟରେ କୌଣସି ବ୍ୟକ୍ତିଙ୍କ ଦୁଷ୍ଟବୁଦ୍ଧିର ନିଷ୍ପତ୍ତି ପରିସ୍ଥିତିକୁ ଓଲଟପାଲଟ କରିଦେବ। ବ୍ୟବସାୟରେ ସମସ୍ୟା ହେତୁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି। ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ କାର୍ଯ୍ୟ ସାଧନ କରିବେ।
କର୍କଟ
କର୍କଟ
ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ଦୈନନ୍ଦିନର ଆବଶ୍ୟକତା ପୂରଣରେ ଅସୁବିଧା ରହିବ ନାହିଁ। ବୃତ୍ତି, ବାଣିଜ୍ୟ, ସାହିତ୍ୟ, ସାମ୍ବାଦିକତା, ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। କୌଣସି ବ୍ୟକ୍ତିଙ୍କ କଥାକୁ ପ୍ରାଧାନ୍ୟ ଦେଇ କାମ କରିବା ପୂର୍ବରୁ ତାହାର ଭଲମନ୍ଦ ଦିଗକୁ ନଜର ଦେବା ଭଲ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ସି˚ହ
ସି˚ହ
ମନୋବଳ ଅତୁଟ ରହିଥିଲେ ମଧ୍ୟ ପାରିବାରିକ ଜଞ୍ଜାଳରେ ଅତିଷ୍ଠ ରହିବେ। କୌଣସି ବନ୍ଧୁ କଥାରେ ପ୍ରଭାବିତ ହୋଇ କିଛି ଭୁଲ୍‌ କାମ କରିପାରନ୍ତି। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କଲେ ମଧ୍ୟ ଜିତାପଟ ଆପଣଙ୍କର ହେବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିପାରନ୍ତି।
କନ୍ୟା
ଦୈହିକ ଦୁର୍ବଳତା ହେତୁ ଅନ୍ୟମାନଙ୍କ ସାହାଯ୍ୟରେ କାମକୁ ପୂର୍ଣ୍ଣାଙ୍ଗ କରିବେ। କର୍ମକ୍ଷେତ୍ରସ୍ଥ ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କଲେ ସମାଲୋଚିତ ହେବେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ଗୃହନିର୍ମାଣ, କର୍ମାରମ୍ଭ, ତଥା ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ସାହିତ୍ୟ, ଗବେଷଣା ପ୍ରଭୃତିରେ ସମ୍ମାନିତ ହେବେ।
ତୁଳା
ତୁଳା
ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ସାମୟିକ ମାନସିକ ସ୍ଥିତି ଭଲ ଦିଗକୁ ଗତି କରିବ। ଅର୍ଥର ଅଭାବକୁ ଜଣେ ସହକର୍ମୀ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେବେ। ପିଲା ମାଡ଼ଗୋଳକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟମାନଙ୍କ ସହ ତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁମାନଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ବିଛା
ବିଛା
ଅଭିଳାଷ ପୂରଣ ହେଲେ ମଧ୍ୟ ମାନସିକ ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ ରହିପାରେ। ସ୍ବାସ୍ଥ୍ୟ ସମସ୍ୟା, ଅବହେଳିତ କାମ, ଭଲ ସମ୍ପର୍କଥିବା ବ୍ୟକ୍ତିଙ୍କ ଭୁଲ୍‌ ବୁଝାମଣାରୁ ଅସ୍ଥିରତା ସୃଷ୍ଟି ସୂଚନା ରହିଛି। ଲେଖା ପଢ଼ାରୁ, କଳା, ସାହିତ୍ୟ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ଓ ପାରିବାରିକ ସ୍ତରରେ ସବୁ ଠିକ୍‌ ରହିବ।
ଧନୁ
ଧନୁ
ବିଭିନ୍ନ କର୍ମଜଞ୍ଜାଳ ମଧ୍ୟରେ ମନ ଅଶାନ୍ତ ରହିବ କିନ୍ତୁ ଅନ୍ୟମାନଙ୍କ ସାହାଯ୍ୟର ପ୍ରତିଶ୍ରୁତିରୁ ମନ ହାଲୁକା ରହିପାରେ। ନିଜ ପରିସରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍‌, କଳା, କ୍ରୀଡ଼ା ପାଇଁ ଦିନଟି ଭଲ। ଅନ୍ୟମାନଙ୍କ କଥାକୁ ବିଶ୍ୱାସ କରି ଅସୁବିଧାରେ ପଡ଼ିବେ।
ମକର
ମକର
ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିନେବେ। ସଭାସମିତିରେ ବୟସ୍କଙ୍କ ନିକଟରୁ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ। ଆର୍ଥିକ ଉନ୍ନତି, ବନ୍ଧୁଙ୍କ ସହ ଆଲୋଚନା, ପରୀକ୍ଷାରେ ପିଲାଙ୍କ ସଫଳତାଜନିତ ମନ ପ୍ରଫୁଲ୍ଲ ରହିବ। ସହକର୍ମୀଙ୍କ ଏକଜିଦିଆ କାର୍ଯ୍ୟକଳାପଜନିତ ଦୌରାମତ୍‌ୟ ଅସହ୍ୟ ହୋଇପାରେ।
କୁମ୍ଭ
କୁମ୍ଭ
ମନ ଚାହୁଁଥିବା ପ୍ରକାରେ କାମ ନ ହେବାରୁ ଅସନ୍ତୁଷ୍ଟ ରହିବେ। ଗତକାଲିର ବିବାଦୀୟ ଘଟଣାକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଏଣେ କହିପାରୁ ନ ଥିବେ କିମ୍ବା ସହି ପାରୁ ନ ଥିବେ, ଏହି ପରିସ୍ଥିତିରୁ ମନ ଗୋଳମାଳିଆ ରହିବ। ଜମିଜମା, ଯାନବାହନ, ବ୍ୟବସାୟ ସମସ୍ୟା ଜଟିଳ ରହିବ।
ମୀନମୀନ

ଦିନସାରା ମନ ଖୁସିରେ କାମ କରିବେ ଏବଂ ବନ୍ଧୁଙ୍କ ସହ ବିଭିନ୍ନ ବିଷୟରେ ଫଳପ୍ରଦ ଆଲୋଚନା କରିବେ। ଦୀର୍ଘଦିନର ପାରିବାରିକ ସମସ୍ୟା ସମାଧାନରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଟଙ୍କା ପଇସାକୁ କେନ୍ଦ୍ରକରି କୌଣସି ବ୍ୟକ୍ତି ସହ କଳହ ଲାଗିପାରେ। କେତେକ କ୍ଷେତ୍ରରେ ଅଜଣା ଭୟ ଓ ଆଶଙ୍କାଜନିତ ଆତଙ୍କିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri