Categories: ଜାତୀୟ

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଖଣ୍ଡ ଖଣ୍ଡ ହୋଇଗଲା ଶ୍ରମିକଙ୍କ ଶରୀର

ଶିବକାଶି,୯।୫: ଗୁରୁବାର ତାମିଲନାଡୁର ଶିବକାଶିରେ ଥିବା ବାଣ କାରଖାନାରେ ବିସ୍ଫୋରଣରେ ପାଞ୍ଚ ଜଣ ମହିଳାଙ୍କ ସମେତ ଆଠ ଜଣ କର୍ମଚାରୀଙ୍କ ମତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଦେଶର ଫାୟାରକ୍ରାକ ହବ ଭାବରେ ପ୍ରସିଦ୍ଧ ଶିବକାଶି ସହରରେ ଏହି ଘଟଣା ଘଟିଥିଲା, ବିରୁଧୁନଗର ଜିଲାର ଶିବକାଶି ନିକଟ ସେଙ୍ଗାମାଲାପାଟୀରେ ଅବସ୍ଥିତ ଏକ ଘରୋଇ ଫାୟାରଫ୍ରାକ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ମିଡିଆ ରିପୋର୍ଟରେ କୁହାଯାଇଛି ଯେ ବିସ୍ଫୋରଣ ସମୟରେ ପ୍ରାୟ ୧୦ଜଣ କର୍ମଚାରୀ ଫାୟାରକ୍ରାକ କାରଖାନାରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଫେବୃଆରୀରେ ବିରୁଧୁନଗର ଜିଲାର ବାଣ କାରଖାନାରେ ବିସ୍ଫୋରଣରେ ଚାରିଜଣ ମହିଳାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। PMNRF ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

Share