ଯଦି ଆପଣ ଗାଡ଼ି ଚଳାଉଛନ୍ତି, ତେବେ ଏଥିରେ ପାରଙ୍ଗମ ହେବା ଏକ ଭଲ କଥା। କିନ୍ତୁ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଅର୍ଥ ଆପଣଙ୍କ ଜୀବନକୁ ବିପଦରେ ପକାଇବା। ଏପରି ଏକ ପାଗଳ ଡ୍ରାଇଭିଂ କୌଶଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ଏସ୍ୟୁଭି କାର୍ ଏକ ସଂକୀର୍ଣ୍ଣ ବ୍ରିଜରେ ପରସ୍ପରକୁ ଆଶ୍ଚର୍ଯ୍ୟଜନକ ଭାବରେ ଅତିକ୍ରମ କରୁଛନ୍ତି। ଯାହା ଆପଣଙ୍କ ହୋସ୍ ଉଡ଼ାଇ ଦେବ।
ଲେଭଲ ସ୍କିଲ୍ସ ନାମକ ଏକ ଟୁଇଟର ପେଜ୍ରେ ଭିଡିଓର ଶର୍ଟ କ୍ଲିପ୍ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ‘ପାଗଳ ଡ୍ରାଇଭିଂ କୌଶଳ’ ଏହି ଭିଡିଓ କ୍ଲିପ୍କୁ ବର୍ତ୍ତମାନ ସୁଦ୍ଧା ୭୩୦୦୦ରୁ ଅଧିକ ଲାଇକ୍ ମିଳିଥିବା ବେଳେ ୮ ୦ ଲକ୍ଷରୁ ଅଧିକ ଥର ଦେଖାସରିଛି। ଏକ ମିନିଟ୍ ୨୪ ସେକେଣ୍ଡର ଏହି ଭିଡିଓରେ, ଦୁଇଟି ଏସ୍ୟୁଭି କାର୍ ବିପରୀତ ଦିଗରୁ ଏକ ସଂକୀର୍ଣ୍ଣ ରାସ୍ତା ଆଡ଼କୁ ଆସୁଥିବା ଦେଖାଯାଉଛି। ରାସ୍ତାର ଚଉଡ଼ା ଏବଂ ଯାନଗୁଡ଼ିକର ଆକାରକୁ ବିଚାରକୁ ନେଇ ଉଭୟ ଏକ ସମୟରେ ଏହାକୁ ଅତିକ୍ରମ କରିବା ଅସମ୍ଭବ ମନେହୁଏ।
Insane driving skills pic.twitter.com/wfwSd8uW9m
— Next Level Skills (@NextSkillslevel) January 16, 2023
ଗୋଟିଏ ପଟରୁ ଏକ ଧଳା କାର୍ ଆସୁଥିବା ବେଳେ ଆଉ ଏକ ପାର୍ଶ୍ୱରୁ ଏକ ଧୂସର ରଙ୍ଗର କାର୍ ଆସୁଛି। ଧଳା କାର୍ଟି ସାଇଟ୍ ଦେବାକୁ ଅଟକି ଯାଉଛି। ଏହି ସମୟରେ ଧୂସର କାର୍ ଚଳାଉଥିବା ଡ୍ରାଇଭର ଜଣକ ବ୍ରିଜ୍ ପାର୍ଶ୍ୱରେ ଥିବା ସଂକୀର୍ଣ୍ଣ ଫୁଟ୍ପାଥ ଉପରକୁ କାର୍ଟିକୁ ଚଢ଼ାଇ ଦେଉଛନ୍ତି। ଯାହାକି ଅତ୍ୟନ୍ତ ଭୟାନକ। ଭିଡିଓ ଶେଷରେ ସେ ନିଜ କାରକୁ ଆରାମରେ ପାର୍ କରାଉଛନ୍ତି। ଏହି ଭିଡିଓ ଶେୟାର ହେବା ପରଠାରୁ ବିଭିନ୍ନ ପ୍ରତିକ୍ରିୟା ଆସୁଛି। କିଛି ୟୁଜର ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଆଉ କିଛି ୟୁଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜଣେ ୟୁଜର ଲେଖିଛନ୍ତି, ‘ସବୁକିଛି ଭଲ ଥିଲା, ଶେଷରେ କେବଳ ଗୋଟିଏ ଭୁଲ, ସେମାନେ ଶେଷ ପର୍ଯ୍ୟନ୍ତ ଜାରି ରଖିବା ଉଚିତ। ଯେଉଁଠାରେ କାର୍ଟି ହିଟ ହୁଏ, କିନ୍ତୁ ବହୁତ ଭଲ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଅତ୍ୟଧିକ ଅପ୍ରତ୍ୟାଶିତ ମନେହୁଏ। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ପ୍ରଭାବଶାଳୀ। କିଛି ଲୋକ ଅଛନ୍ତି ଯେଉଁମାନେ ସମାନ୍ତରାଳ ରାସ୍ତାରେ ବି ଗାଡ଼ି ଠିକ୍ରେ ନେଇପାରିବେ ନାହିଁ ।