ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ

କଟକ,୩୦୯ (କାର୍ତ୍ତିକ ସାହୁ): କଟକ ଚୌଧୁରୀବଜାରଠାରେ ଥିବା ସାଲାସର ନାମକ ଏକ ବଡ଼ ଶାଢ଼ି ଶୋ’ରୁମ୍‌ରେ ଶୁକ୍ରବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୪ ମହଲା ବିଶିଷ୍ଟ ଉକ୍ତ ବିଲ୍ଡିଂର ତଳ ମହଲା ସମେତ ୩ଟି ମହଲାକୁ ଅଗ୍ନି ସମ୍ପୂର୍ଣ୍ଣ ବ୍ୟାପୀ ଛାରଖାର କରିଦେଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଶାଢ଼ି ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଆଗକୁ ପୂଜା ଆସୁଥିବାରୁ ବହୁ ପରିମାଣର ଶାଢ଼ି ଗଚ୍ଛିତ ଥିଲା। ନିଅଁାର ପ୍ରକୋପ ଏତେ ଥିଲା ଯେ ସହରର ପ୍ରାୟ ୭ଟି ଦମକଳ ବାହିନୀର ୫୦ ଜଣ କର୍ମଚାରୀ ନିଅଁାକୁ ଆୟତ୍ତ କରିବା ପାଇଁ ଦୀର୍ଘ ୪ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ରୁ ନିଅଁା ଲାଗିଥିବା ଅନୁମାନ କରାଯାଉଛି। ଏତେବଡ଼ ଶାଢ଼ି ବ୍ୟବସାୟ ପ୍ରତିଷ୍ଠାନ ହୋଇଥିଲେ ବି ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲା ବୋଲି ଜିଲା ଅଗ୍ନିଶମ ଅଧିକାରୀ ସଞ୍ଜୀବ କୁମାର ବେହେରା କହିଛନ୍ତି। ସୂଚନା ଅନୁସାରେ, ସକାଳ ପ୍ରାୟ ସାଢ଼େ ୭ଟାରେ ଉକ୍ତ ଶାଢ଼ି ଶୋ’ରୁମ୍‌ର ଶଟର ଦେଇ ଭିତରୁ ଧୂଅଁା ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଶଟର ତାଡ଼ି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଅଁା ଓ ଧୂଅଁାର ପ୍ରକୋପ ଏତେ ପରିମାଣର ଥିଲା ଯେ ପାଖକୁ ଯିବା ସମ୍ଭବ ନ ଥିଲା। ଖବରପାଇ ବକ୍ସିବଜାର, ଚାଉଳିଆଗଞ୍ଜ, ବିଡ଼ାନାସୀ ଓ ବାରଙ୍ଗରୁ ୭ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀ ନିଅଁାଲିଭା କାର୍ଯ୍ୟରେ ଲାଗିପଡିଥିଲେ। ନିଅଁା ତଳ ମହଲାରୁ ସଙ୍ଗେ ସଙ୍ଗେ ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପି ଯାଇଥିଲା। ହେଲେ ପାର୍ଶ୍ୱବର୍ତ୍ତୀ କୋଠା ବା ବ୍ୟବସାୟ ପ୍ରତିଷ୍ଠାନକୁ ନିଅଁା ବ୍ୟାପିବାକୁ ଅଗ୍ନିଶମ କର୍ମଚାରୀମାନେ ଦେଇ ନ ଥିଲେ। ସେମାନେ ଅତ୍ୟାଧୁନିକ କୌଶଳ ପ୍ରୟୋଗ କରି ଅତ୍ୟନ୍ତ ସାହସର ସହିତ ଶୋ’ରୁମ୍‌ ଭିତରକୁ ପ୍ରବେଶ କରିଥିଲେ। ଏଥିସହ ଶିଡି ସାହାଯ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ି ପାଣି ପକାଇଥିଲେ। ଏପରି କି ବ୍ରୁଣ୍ଟୋ ସ୍କାଏ ଲିଫ୍ଟର ହାଇଡ୍ରୋଲିକ୍‌ ଯନ୍ତ୍ରାଂଶ ବ୍ୟବହାର କରି କୋଠାର ଉଚ୍ଚ ଅଂଶରୁ ନିଅଁା ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା। ସକାଳ ୮ଟାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀମାନେ ପରିଶ୍ରମ କରି ନିଅଁାକୁ ଆୟତ୍ତ କରିଥିବା ବିଭାଗୀୟ ଅଧିକାରୀ ବେହେରା କହିଛନ୍ତି। ଜିଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ, ରେଞ୍ଜ ଫାୟାର ଅଫିସର ତ୍ରିଲୋକ କୁମାର ସାହୁ ଓ ଡେପୁଟି ଫାୟାର ଅଫିସର ସନାତନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ନିଅଁାଲିଭା କାର୍ଯ୍ୟ ତଦାରଖ କରିଥିଲେ। ଏଭଳି ଦୁର୍ଘଟଣା ପରେ ସ୍ଥାନୀୟ ଦୋକାନୀଙ୍କୁ ଅଗ୍ନି ନିରାପତ୍ତା ନେଇ ସଚେତନ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri