ଲୁହାଗୁଡି ଛକ ହୋଟେଲ ରାଜପୁତରେ ଭୟାବହ ଅଗ୍ନିକାଣ୍ଡ

ପାରଳାଖେମୁଣ୍ଡି,୨୪।୯(ଗିରିଧାରୀ ପରିଛା): ଗଜପତି ଜ଼ିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଛକ ସ୍ଥିତ ରାଜ ପୁତ୍‌ ଲାଇନ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ରବିବାର ଦିନ ସକାଳୁ ସକାଳୁ ଖାଦ୍ୟ ପ୍ରସ୍ତୁତି ବେଳେ ହୋଟେଲର ରୋଷେଇ ଘରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ଗ୍ୟାସ ଲିକରୁ ନିଆଁ ଲାଗି ଯାଇଥିବା ଜଣା ପଡ଼ିଛି। ଅଗ୍ନିକାଣ୍ଡରେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ଖବର ପାଇ ମୋହନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।