Categories: ଜାତୀୟ

ନୁହର କେଏମପି ଏକ୍ସପ୍ରେସ-ଓ୍ବେରେ ବଡ ଧରଣର ସଡକ ଦୁର୍ଘଟଣା

ନୁହ,୭।୧୦: ନୁହର ରୋଜକା ମେଓ ପୋଲିସ ଷ୍ଟେସନ ପରିସରରେ କେଏମପିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ରାସ୍ତାରେ ଏକ ଭଙ୍ଗା ଟ୍ରକ ଠିଆ ହୋଇଥିଲା ବେଳେ ଏହାର ମରାମତି କାମ ଚାଲିଥିଲା ଏହି ସମୟରେ ପଛରୁ ଆସୁଥିବା ଆଉ ଟ୍ରକ ଉକ୍ତ ଟ୍ରକକୁ ଧକ୍କା ଦେଇଥିଲା। ଫଲରେ ଏଥିରେ ୪ ଜଣଙ୍‌କ ମୃତ୍ୟୁ ହୋଇଛି।

ପୋଲିସ କହିଛି ଯେ କୁଣ୍ଡଲି-ମାନେସର-ପଲୱଲ (କେଏମପି) ଏକ୍ସପ୍ରେସୱେରେ ସକାଳ ୬ଟା ୩୦ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଖରାପ ହୋଇଯାଇଥିବା ଟ୍ରକ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଟ୍ରକ ପାର୍କିଂ କରିବା ପରେ ଡ୍ରାଇଭର ଏବଂ ସହ-ଡ୍ରାଇଭର ଗାଡିକୁ ଠିକ କରୁଥିଲେ। ଏହି ସମୟରେ, ଦ୍ରୁତ ଗତିରେ ପଛରୁ ଆସୁଥିବା କୋଇଲା ବୋଝେଇ ଗାଡିର ଡ୍ରାଇଭର ଧ୍ୟାନ ଦେଇ ନ ଥିଲେ ଏବଂ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ।

Share