ଯୁଦ୍ଧର ବିଭୀଷିକା, ରାସ୍ତାରେ ମଣିଷ ମୃତଦେହ ଖାଉଛନ୍ତି କୁକୁର,୧୨ ହଜାର ରୁଷିଆ ସୈନ୍ୟ ମୃତ…

କ୍ୱିଭ୍‌/ମସ୍କୋ, ୮।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ୧୩ ଦିନ ଧରି ଜାରି ରହିଛି। ଯୁଦ୍ଧର ବିଭୀଷିକା ସମଗ୍ର ମାନବ ଜାତିଙ୍କୁ ପୁଣିଥରେ ମର୍ମାହତ କରିଛି। ୟୁକ୍ରେନ୍‌ ରାସ୍ତାରେ ମୃତ ଦେଶ ଗୁଡ଼ିକ ଏଣେତେଣେ ପଡ଼ି ରହିଛି। ମୃତଦେହଗୁଡ଼ିକୁ କୁକୁର ଭିଡ଼ି ଓଟାରୀ ଖାଉଛନ୍ତି।

ଯୁଦ୍ଧରେ ଇତିମଧ୍ୟରେ ୧୨ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି ବୋଲି ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି। ୟୁକ୍ରେନ ଦେଇଥିବା ତଥ୍ୟ ଅନୁଯାୟୀ, ଫେବୃଆରୀ ୨୪ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ୧୨ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ସେହିପରି ୩୦୩ ଟ୍ୟାଙ୍କ ନଷ୍ଟ ହୋଇଛି। ୧୦୩୫ଟି ସଶସ୍ତ୍ର ଯାନ ମଧ୍ୟ ବିସ୍ଫୋରଣରେ ଧ୍ୱଂସ ହୋଇଛି। ୟୁକ୍ରେନର ଦାବି ଅନୁଯାୟୀ, ଏପର୍ଯ୍ୟନ୍ତ ଏହା ରୁଷିଆର ୧୨୦ ଟି ଆର୍ଟିଲିରି ସିଷ୍ଟମ, ୫୬ ଏମ୍‌ଏଲ୍‌ଆର୍‌ଏସ୍‌, ୨୭ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ୪୮ ବିମାନ, ୮୦ ହେଲିକପ୍ଟର, ୪୭୪ ଅଟୋମୋଟିଭ୍‌ ଟେକ୍ନୋଲୋଜି, ୩ ଜାହାଜ ଓ ଡଙ୍ଗାକୁ ଧ୍ୱଂସ ହୋଇଛି।

ଆଞ୍ଚଳିକ ନେତା ଦିମିତ୍ରୋ ଜିଭିତସ୍କି କହିଛନ୍ତି ଯେ ରୁଷିଆର ସୀମାନ୍ତ ନିକଟ କ୍ୱିଭ୍‌ର ପୂର୍ବରେ ଥିବା ସୁମି ଏବଂ ଓଖର୍ଟିକା ସହରରେ ଆବାସିକ କୋଠା ଉପରେ ଏକ ବୋମା ମାଡ଼ ହୋଇଛି। ସେ କହିଛନ୍ତି ଯେ କିଛି ଲୋକଙ୍କର ମୃତ୍ୟୁ ହୋଇଛି ଏବଂ କେତେକ ଆହତ ହୋଇଛନ୍ତି କିନ୍ତୁ ସେ ମୃତାହାତଙ୍କ ସଂଖ୍ୟା ଦେଇନାହାଁନ୍ତି। କ୍ୱିଭ୍‌ର ପଶ୍ଚିମ ଜାଇଟୋମିର ଏବଂ ପଡୋଶୀ ସହର ଚେର୍ନାଖିଭରେ ଥିବା ତୈଳ ଡିପୋ ଉପରେ ବୋମା ମଧ୍ୟ ପକାଯାଇଥିଲା।

କ୍ୱିଭ୍‌ର ଉପକଣ୍ଠରେ ଥିବା ବୁଚା ସହରର ମେୟର କହିଛନ୍ତି ଯେ ସେଠାରେ ମଧ୍ୟ ଗୁଳି ବିନିମୟ ହୋଇଛି।
ମେୟର ଆନାଟୋଲ ଫେଡୁରୁକ କହିଛନ୍ତି, ଦିନରାତି ଗୁଳି ବିନିମୟ ଯୋଗୁ ଆମେ ମୃତଦେହଗୁଡ଼ିକୁ ଏକାଠି କରି ପାରୁନାହିଁ।

କୁକୁରମାନେ ମୃତଦେହକୁ ସହରର ରାସ୍ତାରେ ଟାଣି ଖାଉଥିବାରୁ ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ବୋଲି ସେ କହିଛନ୍ତି। ଏସବୁ ଦୁଃସ୍ବପ୍ନ ଭଳି ଲାଗୁଥିବା ସେ ପ୍ରକାଶ କରିଛନ୍ତି।

Share