ସରିଲା ଛେରାପହଁରା, ତିନି ରଥରେ ଘୋଡା ଲାଗି

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ରଥାଋଢ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡିକା ଧରି ୩ରଥରେ ଛେରାପହଁରା କରିଛନ୍ତି। ବର୍ତ୍ତମାନ ତିନି ରଥରେ ଚାରମାଳ ଫିଟା ହେବା ସହ ଘୋଡା ଏବଂ ସାରଥୀ ବନ୍ଧା ହେଉଛି। ଏହାପରେ ରଥଟଣା ନୀତି ଆରମ୍ଭ ହେବ। ହରିବୋଲ ହୁଳିହୁଳିରେ ସମଗ୍ର ବଡଦାଣ୍ଡର ଗଗନ ପବନ ପ୍ରକମ୍ପିତ ହେଉଛି। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଭକ୍ତ ବଡଠାକୁରଙ୍କ ରଥ ଟାଣିବା ପାଇଁ ବଡଦାଣ୍ଡରେ ଭିଡ ଜମାଇଛନ୍ତି।

Share