ରାସ୍ତା ପାର୍‌ ହେବାବେଳେ ଘୋଷାଡି ନେଲା ଟ୍ରକ୍‌: ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୮।୫:ରାଜଧାନୀ ଭୁବନେଶ୍ୱରରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍‌ ବେଳେ ୨ ଜଣଙ୍କୁ ଘୋଷାଡ଼ି ନେଇଛି ଟ୍ରକ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ପଳାଶୁଣି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭୁବନେଶ୍ବରରୁ କଟକ ଯାଉଥିବା ଏକ ଟ୍ରକ ରାସ୍ତାପାର୍‌ ହେଉଥିବା ଜଣେ ଦମ୍ପତିଙ୍କୁ ୫ ଶହ ମିଟର ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ପରେ ଟ୍ରକ
ସହ ଡ୍ରାଇଭର ଫେରାର୍‌ ହୋଇଯାଇଛନ୍ତି। ମୃତ ଦମ୍ପତିଙ୍କ ଘର ସୁବର୍ଣ୍ଣପୁର ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳନରେ ପହଞ୍ଚି ତଦନ୍ତ କରୁଛି।

Share