ଘୋଡ଼ା-କୁକୁରଙ୍କୁ ମିଳିବ ପେନସନ୍‌

ଓ୍ବାର୍‌ସ୍ବ,୨୮।୩: ଚାକିରିରୁ ଅବସର ଗ୍ରହଣ ପରେ ମଣିଷଙ୍କୁ ପେନସନ୍‌ ମିଳିବା ଶୁଣାଯାଇଥାଏ। ତେବେ ଏବେ ସରକାରୀ ଚାକିରି କରିଥିବା ଘୋଡ଼ା ଏବଂ କୁକୁରଙ୍କୁ ଅବସର ପରେ ପେନସନ୍‌ ମିଳିବ। ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଏହାଦ୍ୱାରା ସରକାରୀ କାର୍ଯ୍ୟରେ ନିୟୋଜିତ ଥିବା ଘୋଡ଼ା ଏବଂ କୁକୁରଙ୍କ ଅବସର ପରବର୍ତ୍ତୀ ଜୀବନରେ ସମସ୍ୟା ଦେଖା ଯିବନି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ଚାକିରିକୁ ଅବସର ନେବା ପରେ ଏସବୁ ପ୍ରାଣୀଙ୍କୁ ସରକାରୀ ସୁବିଧା ସୁଯୋଗ ମିଳିବା ବନ୍ଦ ହୋଇ ଯାଉଥିଲା। ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଲୋକଙ୍କୁ ଘୋଡ଼ା ଏବଂ କୁକୁର ପ୍ରଦାନ କରାଯାଉଥିଲା। ତେବେ ସୈନ୍ୟ ବାହିନୀ ଏବଂ ପୋଲିସ ବିଭାଗରେ ସରକାରୀ ଚାକିରିରେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇଥିବା ଏଭଳି ପ୍ରାଣୀଙ୍କ ପାଇଁ ପେନସନ୍‌ ବ୍ୟବସ୍ଥା ଲାଗି ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏବେ ଏହାକୁ ସରକାରୀ ମଞ୍ଜୁରୀ ମଳିଛି।

Share