ସୁନ୍ଦରଗଡ଼,୩୦।୪(ଡି.ଏନ୍.ଏ.): ସୁନ୍ଦରଗଡ଼ କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥାର ଆଉ ଏକ ସଙ୍ଗୀନ ଚିତ୍ର ପଦାକୁ ଆସିଛି। ଏଠାରେ ଗତ ୧୯ ତାରିଖରେ କରୋନାରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଗତ ୨୫ ତାରିଖରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କ ପରିବାରଙ୍କୁ ନ ଜଣାଇ ତାଙ୍କ ମୃତଦେହ ପୋଡ଼ି ଦେଇଥିଲେ। ଗୁରୁବାର ତାଙ୍କ ପରିବାର ଲୋକେ ଜାଣି ସନ୍ଧ୍ୟାରେ ଟାଉନ୍ ଥାନାରେ ରିପୋର୍ଟ କରିଛନ୍ତି। ମୃତକ ଜଣକ ହେଲେ ସୁନ୍ଦରଗଡ଼ର ନିରଞ୍ଜନ ନଗରର ଚନ୍ଦନଲାଲ ମୁଣ୍ଡା।