ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୧ ନବଜାତ ଶିଶୁ ଜୀବନ୍ତ ଦଗ୍ଧ…

ଡାକାର, ୨୬।୫ : ସେନେଗାଲର ଟିଓ୍ବାଉନେ ସହରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୧ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ବିଷୟରେ ଦେଶର ରାଷ୍ଟ୍ରପତି ସୂଚନା ଦେଇଛନ୍ତି।

ରାଷ୍ଟ୍ରପତି ମୈକି ସୈଲ ଏହି ଘଟଣା ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି ଯେ ଟିଓ୍ବାଉନେର ପବ୍ଲିକ ହସ୍ପିଟାଲର ନବଜାତକ ଓ୍ବାର୍ଡରେ ଅଗ୍ନିକାଣ୍ଡରେ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ବୋଲି ସେ କହିଛନ୍ତି।

Share