Categories: ଜାତୀୟ

ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ଶିଶୁ ମୃତ

ଭୋପାଳ,୯।୧୧: ଭୋପାଳରେ ସୋମବାର ରାତିରେ କମଳା ନେହରୁ ହସ୍ପିଟାଲର ଶିଶୁ ବିଭାଗର ଏସଏନସିୟୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି।
ସୂଚନାନୁସାରେ, ସୋମବାର ରାତି ପ୍ରାୟ ୯ଟା ପରେ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗି ଯାଇଥିଲା।ଏହା ସବୁଆଡେ ବ୍ୟାପି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ୱାର୍ଡରେ ମୋଟ୍‌ ୪୦ ଶିଶୁ ଥିବା ବେଳେ ଅନ୍ୟ ୩୬ ଜଣ ସୁରକ୍ଷିତ ଥିବା ଜଣାଯାଇଛି। ତେବେ ଏହି ଦୁର୍ଘଟଣାରେ ୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଶିଶୁଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରଯାଇଛି ।

Share