ହସ୍ପିଟାଲରେ ନିଆଁ ଲାଗିବା ଘଟଣା: ଆଖିବୁଜିଲା ୧୧ ଦିନର ଶିଶୁ

କଟକ,୧୪ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକର ଘରୋଇ ନର୍ସିଂହୋମ୍‌ ତ୍ରିଶାରେ ଶନିବାର ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ନର୍ସିଂହୋମ୍‌ର ୩ ମହଲାରେ ଥିବା ଆଇସିୟୁରେ ଘଟିଥିଲା। ଫଳରେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। କିଛି ରୋଗୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଶିଶୁମାନଙ୍କୁ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏଠାରେ ଚିକିତ୍ସାଧୀନ ୧୧ ଦିନର ଶିଶୁ ରବିବାର ଆଖି ବୁଜିଛି। ଶିଶୁ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଶିଶୁଭବନ ଅଧୀକ୍ଷକ ପ୍ରଦୀପ କୁମାର ଜେନା। ମୃତ ଶିଶୁଟି ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଶିଶୁଟିର ଶରୀରରେ ଅଗ୍ନିକାଣ୍ଡ ଜନିତ କିଛି କ୍ଷତ ନ ଥିବା ଜଣାପଡ଼ିଛି।

Share