Categories: ଜାତୀୟ

ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦୦ରୁ ଅଧିକ ରୋଗୀ ସୁରକ୍ଷିତ ଭାବେ ଉଦ୍ଧାର…

ଅହମଦାବାଦ,୩୦।୭ : ଅହମଦାବାଦର ଏକ ହସ୍ପିଟାଲରେ ନିଆଁ ଲାଗିଥିବାର ଖବର ଆସିଛି। ନିଆଁ ଲାଗିବା ପରେ ୧୦୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି। ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି। ୨୦-୨୫ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଅହମଦାବାଦର ଶାହି ବାଗ ଅଞ୍ଚଳରେ ଅବସ୍ଥିତ ରାଜସ୍ଥାନ ହସ୍ପିଟାଲର ତଳ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି। ଭୋର ପ୍ରାୟ ସାଢ଼େ ୪ ଟା ସମୟରେ ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଧୂଆଁ ପୁରା ବେସମେଣ୍ଟରେ ଭରି ଯାଇଥିଲା। ସତର୍କତାମୂଳକ ପଦକ୍ଷେପ ଭାବରେ ୧୦୦ରୁ ଅଧିକ ରୋଗୀଙ୍କୁ ନିରାପଦରେ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ଅଧିକାରୀ ଜୟେଶ ଖାଦିଆ କହିଛନ୍ତି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଡାକ୍ତରଖାନାରେ କିଛି ପୁନର୍ନିର୍ମାଣ କାର୍ଯ୍ୟ ଚାଲିଥିଲା। ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ରୋଗୀଙ୍କୁ ମଧ୍ୟ ନିରାପଦରେ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଛନ୍ତି।

ତଳ ମହଲାରେ ନିଆଁ ଲାଗିବା ହେତୁ ଡାକ୍ତରଖାନାର ଉପର ମହଲାରେ ଧୂଆଁ ଭରିଯାଉଥିଲା, ଯେଉଁଥିପାଇଁ ରୋଗୀମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହା ପରେ ତୁରନ୍ତ ସତର୍କତା ମୂଳକ ପଦକ୍ଷେପ ସହିତ ରୋଗୀଙ୍କୁ ହସ୍ପିଟାଲରୁ ବାହାର କରି ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Share