ମୁମ୍ବାଇ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ମହାରାଷ୍ଟ୍ରରେ ଅବସ୍ଥା ଅଧିକ ସଙ୍କଟ ଜନକ ରହିଛି। ମୁମ୍ବାଇରେ ଥିବା ସମସ୍ତ ହସ୍ପିଟାଲରେ ବେଡ୍ ଆଉ ଖାଲି ନାହିଁ। ତେଣୁ ଏବେ ୫ ଷ୍ଟାର୍ ହୋଟେଲରେ କରୋନା ଆକ୍ରାନ୍ତଙ୍କ ରଖାଯିବାର ବ୍ୟବସ୍ଥା ହୋଇଛି। ଏସବୁ ହୋଟେଲ ଦିନକୁ ଭଡ଼ା ୪ ହଜାର ଟଙ୍କା ନେବେ ବୋଲି ଜାରି ହୋଇଥିବା ନିର୍ଦ୍ଦେଶରେ ସୂଚନା ଦିଆଯାଇଛି। ଏଥିରେ ଖାଇବା ଏବଂ ପିଇବା ଖର୍ଚ୍ଚକୁ ଅନ୍ତର୍ଭୁକ୍ତ କରାଯାଇଛି। ଗୋଟିଏ ପରିବାରର ୨ ଜଣ ଆକ୍ରାନ୍ତ ହୋଟେଲରେ ରହିଲେ ସେମାନେ ଚାହିଁଲେ ଗୋଟିଏ ରୁମ୍ ଶେୟାର କରି ପାରିବେ। ଏଥିପାଇଁ ସେମାନଙ୍କ୍ୁ ଦିନକୁ ୬ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।