Categories: ଜାତୀୟ

ୟୁରୋ ବ୍ୟାଗ୍‌ ସ୍ଥାନରେ ରୋଗୀଙ୍କୁ ଲଗାଇଲେ ଖାଲି ବୋତଲ, ଛଟପଟ ହୋଇ ମୃତ୍ୟୁ

ପାଟନା,୧୦।୮: ବିହାରରେ ସରକାରୀ ଡାକ୍ତରଖାନାଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଜମୁଇ ସଦର ଡାକ୍ତରଖାନାର ଏକ ଘଟଣା ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ଜଣେ ଗୁରୁତର ରୋଗୀଙ୍କୁ ପରିସ୍ରା କରିବା ଲାଗି ୟୁରୋ ବ୍ୟାଗ୍‌ ବଦଳରେ କୋଲ୍ଡ ଡ୍ରିଙ୍କର ଖାଲି ବୋତଲ ଲଗାଯାଇଥିଲା। ଫଳରେ ଛଟପଟ ହୋଇ ରୋଗୀଙ୍କ ମୃତ୍ୟୁ ଘଟିଛି।

ଡାକ୍ତରଖାନାର ସିଭିଲ ସର୍ଜନ ଡାକ୍ତର କେଏମ୍‌ ପ୍ରତାପ କହିଛନ୍ତି ଯେ ଭର୍ତ୍ତି ହେବା ସମୟରେ ରୋଗୀ ଗୁରୁତର ଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ଅବହେଳାରୁ ତାଙ୍କ ମୃତ୍ୟୁ ଘଟିଥିବା ସେ ଅସ୍ବିକାର କରିଛନ୍ତି। ତେବେ ବୋତଲ ଲଗାଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି।

Share