୨ ସପ୍ତାହରେ ଛିଡ଼ା ହେଲା ହସ୍ପିଟାଲ

ଚିତ୍ରକୋଣ୍ଡା,୧୦।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବଭିମାନ ଅଞ୍ଚଳରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ୨ କୋଟି ଟଙ୍କାର ଏକ ଅତ୍ୟାଧୁନିକ ଭ୍ରାମ୍ୟମାଣ ମେଡିକାଲ ନିର୍ମାଣ କରାଯାଇଛି।

ସୋମବାର ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲର ଉଦ୍‌ଘାଟନ କରିଥିଲେ। ଏଥିରେ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ମାଲକାନଗିରି ଏଡିମ ବୀରସେନ ପ୍ରଧାନ, ମାଲକାନଗିରି ସିଡିଏମଓ ପ୍ରଫୁଲ୍ଲ ନନ୍ଦ ଓ ଡିପିଏମ୍‌ ବନବିହାରୀ ମିଶ୍ର, ଚିତ୍ରକୋଣ୍ଡା ବିଡ଼ିଓ ରାହୁଲ ମଣ୍ଡଳ, କୁଡୁମୁଲୁଗୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସନ୍ତୋଷ ଷଡ଼ଙ୍ଗୀ ଏବଂ ବିପିଏମ୍‌ ହରପ୍ରସାଦ ତାରେଣି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଅଧକ୍ଷ ଡାକ୍ତର କ୍ଷୀରୋଦ ଚନ୍ଦ୍ର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ହସ୍ପିଟାଲ ଉଦ୍‌ଘାଟନ ହେବ ଦ୍ୱାର ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ହସ୍ପିଟାଲକୁ ମାତ୍ର ୨ ସପ୍ତାହ ମଧ୍ୟରେ ନିର୍ମାଣ କରାଯାଇଛି। ହସ୍ପିଟାଲରେ ୫୦ ବେଡ଼ ରହିଛି। ୪ ବେଡ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ରହିଥିବା ବେଳେ ପ୍ରତି ୱାର୍ଡ଼ରେ ୧୪ ବେଡ଼ ସହ ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ଡାକ୍ତର ଓ ସିଷ୍ଟରଙ୍କ ରହିବା ପାଇଁ ରୁମ୍‌ ରହିଛି।