ଅନ୍‌ସୋଲ୍ଡ ସତ୍ତ୍ୱେ ଫେରିଲେ ‘ମିଷ୍ଟର ଆଇପିଏଲ୍‌’

ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ତଥା ‘ମିଷ୍ଟର ଆଇପିଏଲ୍‌’ ଭାବେ ଜଣାଶୁଣା ସୁରେଶ ରାଇନାଙ୍କୁ ୨୦୨୨ ସିଜନ୍‌ ଲାଗି କେହି କିଣି ନ ଥିଲେ। ସର୍ବଦା ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଥିବାରୁ ତାଙ୍କ ପ୍ରଶଂସକଙ୍କ ପାଇଁ ଏହା ଶକ୍ତ ଧକ୍କା ସଦୃଶ ଥିଲା। ଏବେ ରାଇନାଙ୍କ ପ୍ରଶଂସକଙ୍କ ଲାଗି ଆସିଛି ଖୁସିଖବର। ଟିମ୍‌ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟର ଏବେ ଆଗାମୀ ଆଇପିଏଲ୍‌ରେ ଭିନ୍ନ ଦାୟିତ୍ୱ ସହ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଅକ୍ସନ ବେଳେ ଅନ୍‌ସୋଲ୍ଡ ରହିଥିବା ରାଇନା ୧୫ତମ ସିଜନ୍‌ରେ କମେଣ୍ଟ୍ରି କରିବେ। ତାଙ୍କୁ ହିନ୍ଦୀ କମେଣ୍ଟେଟର ଭାବେ ଦେଖିବାକୁ ମିଳିବ। ଏନେଇ ଆଇପିଏଲ୍‌ର ଆଧିକାରୀକ ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋଟ୍ସ ପକ୍ଷରୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି। କମ୍ପାନୀ ପକ୍ଷରୁ ରାଇନାଙ୍କୁ ନିଆରା ଢଙ୍ଗରେ ସ୍ବାଗତ କରାଯାଇଛି। ରାଇନା ପ୍ରଥମ ଥର ଲାଗି ଆଇପିଏଲ୍‌ରେ କମେଣ୍ଟ୍ରି କରିବେ। ଭାରତର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସହ ମିଶି ସେ କମେଣ୍ଟ୍ରି କରିବେ। ଏହାଛଡ଼ା ଆକାଶ ଚୋପ୍ରା, ଇରଫାନ ପଠାନ୍‌, ଗୌତମ ଗମ୍ଭୀର, ପାର୍ଥୀବ ପଟେଲ, ନିଖିଲ ଚୋପ୍ରା, କିରନ୍‌ ମୋରେ, ଜତିନ ସ୍ପ୍ରୁ ପ୍ରମୁଖ ହିନ୍ଦି କମେଣ୍ଟେଟର ଭାବେ ନଜର ଆସିବେ।

He’s been all class on the field with bat and ball, now it’s time for the microphone!

Guess who we're talking about and watch this space for more updates! #YehAbNormalHai pic.twitter.com/vP2AmQtDQW
— Star Sports (@StarSportsIndia) March 22, 2022

Share