ଆଜିକାଲି ଲୋକମାନେ ବ୍ୟସ୍ତବହୁଳ ଜୀବନରୁ ଟିକେ ନିସ୍ତାର ପାଇବା ପାଇଁ ବାହାରକୁ ଛୁଟି ମନାଇବା ପାଇଁ ଯାଉଛନ୍ତି। ରାତ୍ରି ରହଣି ପାଇଁ ହୋଟେଲ ଭଡ଼ା ନେଇଥାନ୍ତି। ମାତ୍ର ଏବେ ଲୋକଙ୍କ ରୁଚି ଟିକେ ବଦଳିଲାଣି। ପ୍ରାକୃତିକ ପରିବେଶ ମଧ୍ୟରେ ରହିବାକୁ ପସନ୍ଦ କଲେଣି। ସେଥିପାଇଁ ତ ଏକ ବଗିଚାରେ ତମ୍ବୁତଳେ ରହିବା ପାଇଁ ହଜାର ହଜାର ଟଙ୍କା ଦେବାକୁ ବି ପଛାଉନାହାନ୍ତି।
ଆୟର୍ଲାଣ୍ଡର ପ୍ରପର୍ଟି ରେଣ୍ଟାଲ୍ ଓ୍ବେବ୍ସାଇଟ୍ରେ ଏହିପରି ଏକ ସ୍ଥାନ ଦେଖିବାକୁ ମିଳିଛି। ଲୋକମାନେ ଏହି ସ୍ଥାନ ଦେଖି ବିଶ୍ୱାସ କରିପାରୁନାହାନ୍ତି। କାରଣ ଏଠାରେ ଏକ ବଗିଚା ମଧ୍ୟରେ ଏକ ଛୋଟ ତମ୍ବୁଟିଏ ରହିଛି। ଏଠାରେ ରାତ୍ରିଯାପନ ପାଇଁ ୬୦୦୦ ଟଙ୍କା ଦେବାକୁ ପଡ଼ିବ।
ହୋଟେଲ ରୁମ୍ରେ ରହିବା ଅପେକ୍ଷା ଏହାକୁ ଭଲ ଭାବରେ ବର୍ଣ୍ଣନା କରାଯାଇଛି। ଏହା କୁହାଯାଇଛି, ଏହା ଏକ ନିରାପଦ ଏବଂ ଆରାମଦାୟକ ବ୍ୟକ୍ତିଗତ ରହଣି। ଯେଉଁଠାରେ ଖାଦ୍ୟ, ଜଳ ଏବଂ ବିଦ୍ୟୁତର ମୌଳିକସୁବିଧା ପାଇବେ। ଫଟୋରେ ଦେଖିପାରିବେ ଯେ, ଏହା କେବଳ ଏକ କଂକ୍ରିଟ ବଗିଚାରେ ହୋଇଥିବା ଏକ ତମ୍ବୁ, ଆୟର୍ଲାଣ୍ଡର ଡବଲିନେରେ ଜଣେ ବ୍ୟକ୍ତି ତାଙ୍କ ଘର ପଛରେ ଥିବା ବଗିଚାରେ ଏମିତି ତମ୍ବୁ କରିଛନ୍ତି।