ଗଜପତି,୧୦ା୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଛାତ୍ରୀନିବାସରେ ଅଭାବନୀୟ ଘଟଣା ଘଟିଛି। ଦେହରେ ନିଆଁ ଲାଗି ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଛାତ୍ରୀଜଣକ ବିଏସ୍ସି ଫାଇନାଲ ବର୍ଷର ହୋଇଥିବା ବେଳେ ସେ କୋରାପୁଟ, ଟିକିରି ଅଞ୍ଚଳର ନବୀନା ନାଏକ ବୋଲି ସୂଚନା ମିଳିଛି, ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।