ଆସୁଛି ଉତ୍ତପ୍ତ ବାୟୁ, ବଢ଼ିବ ତାତି

ଭୁବନେଶ୍ୱର,୧୪।୩(ବ୍ୟୁରୋ): ମାର୍ଚ୍ଚ ଅଧାରୁ ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଅଧିକାଂଶ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ଦୁଇଦିନ ପରେ ପାରଦ ଆହୁରି ଉପରମୁହାଁ ହେବ। ରାଜ୍ୟକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶକ୍ତିଶାଳୀ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବେଶ କରିବାର ଆଶଙ୍କା ଥିବାରୁ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଏହା ପ୍ରଭାବରେ ୧୬ ଓ ୧୭ ତାରିଖରେ କେତେକ ଜିଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୧୬ ତାରିଖରେ ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଏବଂ ୧୭ରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଥିପାଇଁ ଏସବୁ ଜିଲାକୁ ଦୁଇଦିନ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ରବିବାର ରାଜ୍ୟର ୨୦ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ୩୮ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ବଲାଙ୍ଗୀର ୩୭.୮, ଝାରସୁଗୁଡ଼ା ୩୭.୩, ଅନୁଗୋଳ ୩୭.୧, ବାଲେଶ୍ୱର ୩୬, କଟକ ୩୫.୬, ଭୁବନେଶ୍ୱର ୩୬.୬, ବାରିପଦା ୩୬.୫, ସମ୍ବଲପୁର ୩୬.୯, ସୁନ୍ଦରଗଡ଼ ୩୬, ହୀରାକୁଦ ୩୬.୨, ତାଳଚେର ୩୬, ଭବାନୀପାଟଣା ୩୫.୫, ମାଲକାନଗିରି ୩୬, ସୋନପୁର ୩୬.୨, ନୟାଗଡ଼ ୩୬.୫, ବୌଦ୍ଧ ୩୫.୫, ଛତ୍ରପୁର ୩୬, ଭଦ୍ରକ ୩୬ ଓ ଗୋପାଳପୁରରେ ସର୍ବାଧିକ ତାପମାତ୍ରା ୩୫.୫ ଡିଗ୍ରୀ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୃହରେ ହାତାହାତି ହେଲେ ଜୟନାରାୟଣ, ତାରା

ଭୁବନେଶ୍ୱର,୧୧।୩: ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ପ୍ରଥମେ ମୋ...

ଆଜିଠୁ ଲକ୍ଷ୍ୟପତି ଦିଦିଙ୍କୁ ମିଳିବ ଟ୍ରେନିଂ

ଭୁବନେଶ୍ୱର,୧୧।୩ ଆଜିଠୁ ସମସ୍ତ ଜିଲାରେ ଲକ୍ଷପତି ଦିଦି’ କର୍ମଶାଳା ଆରମ୍ଭ ହୋଇଛି । ଏହି କର୍ମଶାଳାରେ ସମ୍ଭାବ୍ୟ ଲକ୍ଷପତି ଦିଦି’ଙ୍କୁ ପ୍ରଶିକ୍ଷଣ ଦିଆଯିବ। ଲକ୍ଷପତି ଦିଦି’ଙ୍କ...

ଗତ ୯ ମାସରେ ଏତିକି କୋଟି ଟଙ୍କା ଋଣ କରିଛନ୍ତି ମୋହନ ସରକାର, ବିଧାନସଭାରେ ରଖିଲେ ତଥ୍ୟ

ଭୁବନେଶ୍ୱର,୧୧।୩: ଗତ ୯ ମାସରେ ଓଡ଼ିଶାର ଭାଜପା ସରକାର ବିଭିନ୍ନ ଉତ୍ସରୁ ୨୧,୦୦୦ କୋଟି ଟଙ୍କାରୁ ଅଧିକ ଋଣ ସଂଗ୍ରହ କରିଛନ୍ତି। ମଙ୍ଗଳବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ...

ଅଟୋକୁ ଧକ୍କାଦେଲା ବାଇକ୍‌ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି…

ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ...

୩ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ବାନ୍ଧିହେବେ ବିଜେଡି ନେତା ପ୍ରଦୀପ ମାଝି , ଜାଣନ୍ତୁ କେଉଁଠି ହୋଇଥିଲା ପ୍ରଥମ ଦେଖା 

ଭୁବନେଶ୍ୱର,୧୧।୩: ବଢ଼ଛି ବୟସ, ପଡ଼ୁଛି ହାତଗଣ୍ଠି । ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ନେତା ଓ ବିଧାୟକ । ବର୍ତ୍ତମାନ ବିବାହକୁ ନେଇ ଓ ନେତା...

ଜାଣନ୍ତୁ ନବୀନଙ୍କୁ ଭେଟି କ’ଣ କହିଲେ ମନ୍ମମଥଙ୍କ ପତ୍ନୀ

ଭୁବନେଶ୍ୱର,୧୧।୩: ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ସୁର ରାଉତ ରାୟଙ୍କ ପୁଅ ମନ୍ମମଥ ନିକଟରେ ବିବାହ କରିଛନ୍ତି। ତେବେ ସେ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି...

୧୧ ବର୍ଷରେ ୩୮ ହାତେଇଛନ୍ତି ଜିଏ ପ୍ଲଟ

ଭୁବନେଶ୍ୱର,୧୧।୩ (ରବିନାରାୟଣ ଜେନା):ଗତ ୧୧ବର୍ଷ ମଧ୍ୟରେ ବିଏମ୍‌ସି ଅଞ୍ଚଳରେ ୩୮ ଜଣଙ୍କୁ ଜିଏ ପ୍ଲଟ ଆବଣ୍ଟନ କରାଯାଇଛି। ସେଥିମଧ୍ୟରେ ୧୩ଜଣ ବ୍ୟକ୍ତିବିଶେଷ ରହିଥିବାବେଳେ ୨୫ ଅନୁଷ୍ଠାନ...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri