Categories: ରାଜ୍ୟ

ଆଗାମୀ ୪ରୁ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା; ବୈଠକ ଡାକିଲେ ସ୍ୱତନ୍ତ୍ର ରିଲିଫ୍‌‌ କମିଶନର

ଭୁବନେଶ୍ୱର,୩୦ା୩: ରାଜ୍ୟରେ କ୍ରମାଗତ ୩ ଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଶନିବାର ଦିନ ୨ ଟା ୩୦ ସୁଦ୍ଧା ୭ଟି ସହରର ତାପମାତ୍ରା ୩୫ଡିଗ୍ରି ଉପରେ ରହିଛି। ଝାରସୁଗୁଡାରେ ୩୮.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଚାନ୍ଦବାଲିରେ ୩୮.୨ ଡ଼ିଗ୍ରୀ, ରାଉରକେଲାରେ ୩୭.୮ ଡ଼ିଗ୍ରୀ, ସମ୍ବଲପୁରରେ ୩୭.୭ ଡ଼ିଗ୍ରୀ, କେନ୍ଦୁଝର: ୩୭.୬ ଡ଼ିଗ୍ରୀ, ହୀରାକୁଦ : ୩୭.୫ ଡ଼ିଗ୍ରୀ ଭୁବନେଶ୍ୱର: ୩୭, ବାଲେଶ୍ୱରରେ ୩୩, ପୁରୀ: ୩୩ .୩, ପାରାଦୀପ: ୩୨.୨, ଗୋପାଳପୁର: ୩୧.୫ ଡ଼ିଗ୍ରୀରେ ପାରଦ ପହଞ୍ଚିଛି।

ତେବେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟର କିଛି ଜିଲାରେ ରାତି ସମୟରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବା ନେଇ ସତର୍କତା ଜାରୀ କରାଯାଇଛି। ଏଭଳି ସ୍ଥିତି ଯୋଗୁଁ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାର ଏକାଧିକ ସ୍ଥାନରେ ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ରହିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‌‌ କମିଶନରଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ମିଳିଛି।

Share