ପୁଣି ତାତିଲା ରାଜଧାନୀ

ଭୁବନେଶ୍ୱର,୮ା୫(ବ୍ୟୁରୋ): କିଛିଦିନ ଧରି ବର୍ଷା ହେଉଥିବାରୁ ଥଣ୍ଡା ଥିବା ରାଜଧାନୀ ସୋମବାର ପୁଣି ଉତ୍ତପ୍ତ ହୋଇଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ ଛୁଇଁଥିବା ବେଳେ ୮୫ ପ୍ରତିଶତ ଆର୍ଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

ପ୍ରବଳ ଗରମ ଗୁଳୁଗୁଳିରେ ଲୋକେ ଆଉଟପାଉଟ ହେଉଛନ୍ତି। ସକାଳୁ ଖରାର ପ୍ରକୋପ ଏତେମାତ୍ରାରେ ବଢ଼ିଯାଇଛି ଘରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି।

Share