ଧାରା ଶ୍ରାବଣରେ ଧୁଧୁ ଖରା: ୩ ଦିନ ହେଲା ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଧାରା ଶ୍ରାବଣରେ ବୈଶାଖ ମାସ ପରି ଧୁଧୁ ଖରା ହେଉଛି। ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ଯୋଗୁ ତାପମାତ୍ରା ବଢ଼ୁଛି। ସ୍ବାଭାବିକଠାରୁ ୪ ଦଶମିକ ୨ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିଛି। ତେବେ ୭୦% ହ୍ୟୁମିଡିଟି ମିଶି ୪୫ ଡିଗ୍ରୀରୁ ଅଧିକ ଗରମ ଅନୁଭୂତ ହେଉଛି। ମୌସୁମୀ ନିମ୍ନ ଚାପରେଖାର ଉତ୍ତରାୟଣ ଗତି ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଛି। ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବା ସହ ଗୁଳୁଗୁଳି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହ ଶେଷରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

Share