Advertisement

ଦିନରେ ଗରମ, ରାତିରେ ଶୀତ: ଖୋଜାପଡିଲାଣି ପଙ୍ଖା

ଦାରିଙ୍ଗବାଡି, ୨୩ ।୧(ଅରୁଣ ସାହୁ):ଧୀରେ ଧୀରେ କମୁଛି ଶୀତ ବଢୁଛି ତାପମାତ୍ରା ଆଉ ସେହିକ୍ରମରେ ଦିନରେ ଗରମ ଅନୁଭୂତ ହେଉଥିବା ବେଳେ ରାତିରେ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସର୍ବନିମ୍ମ ତାପମାତ୍ରାରେ ବୃଦ୍ଧି ହୋଇ ୧୨.୫ ଡିଗ୍ରୀରେ ପହଞ୍ଚିଥିବାବେଳେ ମାତ୍ର ୩ ଦିନ ମଧ୍ୟରେ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥବା ଜଣାପଡିଛି। ହଠାତ ତାପମାତ୍ରା ବୃଦ୍ଧି ଯୋଗୁ ଦିନରେ ଖରାର ପ୍ରଭାବ ବୃଦ୍ଧି ପାଇଛି। ତେବେ ଅଞ୍ଚଳରେ ସନ୍ଧ୍ୟା ନଇଁବା କ୍ଷଣି ଶୀତ ଅନୁଭୂତ ହେଉଥିବାରୁ ଲୋକମାନେ ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ଲଗାଇ ଆଶ୍ରୟ ନେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share