Categories: ଜାତୀୟ

ଅଭିନେତ୍ରୀ ମୌନି ରୟଙ୍କ ବୋଲ୍ଡ ଫଟୋ ଶେୟାର କଲା ଏନ୍‌ଏସ୍‌ଇ: ବ୍ୟବହାରକାରୀ କହିଲେ…

ନୂଆଦିଲ୍ଲୀ,୧୨।୧: ଅଭିନେତ୍ରୀ ମୌନି ରୟ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ମଧ୍ୟରୁ ଜଣେ। ସେ ନିଜର ବୋଲ୍ଡ ତଥା ହଟ୍‌ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ହେଲେ ମୌନିଙ୍କ କିଛି ଫଟୋ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଶେୟାର କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଭୁଲବଶତଃ ହୋଇଛି ବୋଲି ଏନ୍‌ଏସ୍‌ଇ ସ୍ପଷ୍ଟିକରଣ ଦେବା ସତ୍ତ୍ୱେ ବ୍ୟବହାରକାରୀ ଏହାର ମଜା ଉଡାଉଛନ୍ତି। କିଛି ଏହାକୁ ବଡ଼ ଭୁଲ ବୋଲି କହୁଥିବା ବେଳେ କେହି କେହି ଏଭଳି ସେକ୍ସି ମିଷ୍ଟେକ୍‌ ଦେଖି ନ ଥିଲେ ବୋଲି କହୁଥିବା ଦେଖିବାକୁ ମିଳୁଛି।

ମୌନି କଳା ରଙ୍ଗର ପୋଷାକ ପିନ୍ଧିଥିବା କିଛି ଫଟୋକୁ ଏନ୍‌ଏସ୍‌ଇ ନିଜର ଟୁଇଟର ପୃଷ୍ଠାରେ ଶେୟାର କରିଥିଲା। ଏହା ଏକ ମାନବୀୟ ତ୍ରୁଟି। ଆକାଉଣ୍ଟକୁ ସମ୍ଭାଳୁଥିବା ଏଜେନ୍ସି ଭୁଲବଶତଃ ଏହାକୁ ଶେୟାର କରିଛି। ଏହା ହ୍ୟାକ୍‌ ହୋଇନାହିଁ। ଅସୁବିଧା ପାଇଁ କ୍ଷମା ଚାହୁଁଛୁ ବୋଲି ଏନ୍‌ଏସ୍‌ଇ କହିଛି। ଏଥିସହ ପୋଷ୍ଟଟିକୁ ମଧ୍ୟ ଡିଲିଟ୍‌ କରିଦିଆଯାଇଛି।

Share