କେସିଙ୍ଗାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

କେସିଙ୍ଗା,୧୭।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଏବଂ ବ୍ଲକର ୨୬ଟି ପଞ୍ଚାୟତରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ମାର୍ଚ୍ଚ ୧ରୁ ୩୧ ତାରିଖଯାଏ ୩୮ରୁ ୩୯ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି ଏପ୍ରିଲରେ ୩୯ରୁ ୪୩ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ମେ’ରେ ୩୯ରୁ ୪୭ ଡିଗ୍ରୀ ରହିଛି। ବର୍ତ୍ତମାନ ଜୁନ ୧ରୁ ୧୭ ତାରିଖଯାଏ ୪୩ରୁ ୪୫ ଡିଗ୍ରୀ ତାପମାତ୍ରା ରହୁଛି।
ଶନିବାର ସକାଳ ୮.୩୦ ମିନିଟରେ ୪୨ଡିଗ୍ରୀ ତାପମାତ୍ରା ରହିଥିବା କେସିଙ୍ଗା ସିଡବ୍ଲ୍ୟୁସି ବିଭାଗ ପକ୍ଷରୁ ଜଣାପଡିଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗ କରୁଛନ୍ତି।

Share