ଶପିଂ ମଲରେ ଗରମ ପାଣି ପାଇପ ଫାଟି ୪ ମୃତ, ୭୦ ରୁ ଅଧିକ ଆହତ…

ମସ୍କୋ,୨୩।୭ : ମସ୍କୋର ଏକ ଶପିଂ ମଲରେ ଗରମ ପାଣି ପାଇପ ଫାଟିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ଜଣରୁ ଅଧିକ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ତାସ ମେୟର ସରୋଜ ସୋବିୟାନିନଙ୍କ ଅନୁସାରେ ଏହି ସୂଚନା ଦେଇଛନ୍ତି। ମେୟର ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଖବର ଦେଇଛନ୍ତି । ଶପିଂ ମଲରେ ଘଟିଥିବା ଦୁଃଖଦ ଘଟଣାରେ ମୃତକଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମଧ୍ୟ ସେ ସମବେଦନା ଜଣାଇଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପାଇପ ଫାଟିଯିବା ପରେ ଫୁଟୁଥିବା ପାଣି ମଲର ଏକ ଅଂଶକୁ ବୁଡ଼ାଇ ଦେଇଥିଲା। ଏଥିରେ ୭୦ ଜଣ ଆହତ ହୋଇଥିଲେ ଏବଂ ଅନ୍ୟ ୨୦ ଜଣ ଗରମ ପାଣି ଘେରରେ ପଡ଼ିଥିଲେ। ଜଣେ ମେଡିକାଲ ଅଧିକାରୀ ରୁଷିଆର ତାସ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ପାଇପ ଫାଟିଯିବା ପରେ ଅତି କମରେ ଦଶ ଜଣ ଲୋକଙ୍କର ଶରୀର ଗରମ ପାଣି ଯୋଗୁ ଫୋଟକା ସୃଷ୍ଟି ହୋଇଥିଲା। ସେମାନଙ୍କ ମଧ୍ୟରୁ ନଅ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅନୁସନ୍ଧାନ କମିଟିର ମୁଖପାତ୍ର ୟୁଲିଆ ଇଭାନୋଭା କହିଛନ୍ତି ରୁଷିଆର ଅନୁସନ୍ଧାନ କମିଟି ଏହାର ତଦନ୍ତ ଜାରି ରଖିଛନ୍ତି।

Share