Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦି ବସି ଧ୍ୟାନ କରିଥିବା ଗୁମ୍ଫାରେ ମିଳିବ ହୋଟେଲ୍‌ ସୁବିଧା

ନୂଆଦିଲ୍ଲୀ,୧୦୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥର ଯେଉଁ ଗୁମ୍ଫାରେ ବସି ସାଧନା କରିଥିଲେ, ସେହି ଗୁମ୍ଫା ସମେତ ଅନ୍ୟ ତିନୋଟି ଗୁମ୍ଫାରେ ଭକ୍ତମାନେ ହୋଟେଲ ସୁବିଧା ପାଇବେ। ସାଧାରଣ ଭକ୍ତମାନେ ମଧ୍ୟ ଏହି ଗୁମ୍ଫାଗୁଡ଼ିକୁ ବୁକ କରି ଆଧ୍ୟାତ୍ମିକ ଅଭ୍ୟାସ କରିପାରିବେ। ପ୍ରଧାନମନ୍ତ୍ରୀଙ୍କ ସାଧନା ପରେ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଆସିବାକୁ ଇଚ୍ଚା କ୍ରପାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ତିନୋଟି ନୂତନ ଗୁମ୍ଫା ନିର୍ମାଣ କରିଛନ୍ତି ଯାହା ଆସନ୍ତା ବର୍ଷ ଭକ୍ତଙ୍କ ପାଇଁ ଉପଲବ୍ଧ ହେବ।
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅନୁଯାୟୀ, ୨୦୧୯ରେ ରୁଦ୍ର ଗୁମ୍ଫାରେ ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ଅଭ୍ୟାସ କରିବା ପରେ ବହୁ ସଂଖ୍ୟାରେ ଭକ୍ତ ଏହି ଗୁମ୍ଫା ଦେଖିବା ପାଇଁ ଆସିବା ଆରମ୍ଭ କରିଥିଲେ। ଭକ୍ତଙ୍କ ଆଗ୍ରହ ଦେଖି ଏହି ଗୁମ୍ଫାର ବୁକିଂ ଆରମ୍ଭ ହୋଇଥିଲା। ଅଧିକ ସମୟ ବୁକିଂର ଅପେକ୍ଷା ଦେଖି ସରକାର ଏଠାରେ ଆଉ ତିନୋଟି ଗୁମ୍ଫା ନିର୍ମାାଣ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିକଟରେ ଏହି ତିନୋଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅନୁଯାୟୀ ଏହି ଗୁମ୍ଫାଗୁଡ଼ିକ ପାଇଁ ବୁକିଂ ଆସନ୍ତା ବର୍ଷଠାରୁ ଆରମ୍ଭ ହେବ।
ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ, କାରୋନା ଯୋଗୁ ୨୦୨୦ ମସିହାରେ ମାତ୍ର ୨୫ ଜଣ ଭକ୍ତ ଆଧ୍ୟାତ୍ମିକ ଅଭ୍ୟାସ କରିଥିଲେ। ଏଥି ସହିତ, ୨୦୨୧ ମସିହାରେ ୯୫ ଭକ୍ତ ଏଠାରେ ଏପର୍ଯ୍ୟନ୍ତ ପହଞ୍ଚିଛନ୍ତି। ଆସନ୍ତା ବର୍ଷଠାରୁ ଏଠାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ। ଅନଲାଇନ ବୁକିଂ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି, ଯାହାଦ୍ୱାରା ଭକ୍ତମାନେ ଘରୁ ବୁକ କରିପାରିବେ। ଗୋଟିଏ ଦିନରୁ ସାତ ଦିନ ପର୍ଯ୍ୟନ୍ତ ବୁକିଂ କରାଯାଇପାରିବ। ଦୈନିକ ଭଡା ପ୍ରାୟ ୧୫୦୦ ଟଙ୍କା ଏବଂ ପାଖାପାଖି ୧୮୦ ଟଙ୍କା ଟ୍ୟାକ୍ସ ହେବ। ଏହି ଚାରି ଗୁମ୍ଫା ମନ୍ଦାକିନୀ ନଦୀ କୂଳରେ ନିର୍ମିତ। ହେଲିପ୍ୟାଡରୁ ଗୁମ୍ଫାକୁ ଯିବା ପାଇଁ ମନ୍ଦାକିନି ନଦୀ ଉପରେ ଏକ ସେତୁ ନିର୍ମାଣ କରାଯାଇଛି। ସମସ୍ତ ଗୁମ୍ଫା କେଦାରନାଥ ଠାରୁ ପ୍ରାୟ ଦେଢ ଼ କିଲୋମିଟର ଦୂରରେ ଅବସ୍ଥିତ।

Share