ହୋଟେଲରେ ଅଗ୍ନିକାଣ୍ଡ: ୧୦ ଜୀବନ୍ତ ଦଗ୍ଧ, ୫୦ରୁ ଅଧିକ ଫସି ରହିଛନ୍ତି…

ଫେନମ ପେନହ,୨୯।୧୨ : କାମ୍ବୋଡିଆର ପୋଇପେଟର ଏକ ହୋଟେଲରେ ଘଟିଥିବାଅଗ୍ନିକାଣ୍ଡରେ ୧୦ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏଥିସହ ଆହତ ଅବସ୍ଥାରେ ୩୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ହସସ୍ପିଟାଲରେ ଭର୍ତ୍ତି କରାଯାଇଛି। ୫୦ରୁ ଅଧିକ ଲୋକ ହୋଟେଲରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

ପୋଇପେଟର ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲରେ ଏହି ଘଟଣା ଘଟିଛି। ଏଠାରେ ପୁରା ହୋଟେଲ ଗତ କିଛି ଘଣ୍ଟା ଧରି ନିଆଁରେ ଜଳୁଛି। ବହୁ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଝରକାରୁ ଡେଇଁପଡିଥିବାର ମଧ୍ୟ ଦେଖାଯାଇଥିଲା। ଏହାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ହୋଟେଲ ବିଲ୍ଡିଂରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ଅଗ୍ନିକାଣ୍ଡ ପରେ ଏକ ବଡ଼ ଅଂଶ ଭୁଶୁଡି ପଡିଛି। ଅଗ୍ନିଶମ କର୍ମଚାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ପ୍ରତିଶତ ଅଂଶରେ ନିଆଁଙ୍କୁ ଆୟତ୍ତ କରାଯାଇଛି। ତଥାପି, ଏହାକୁ ସମ୍ପୂର୍ଣ୍ଣଭାବେ ଲିଭାଇବାକୁ ଉଦ୍ୟମ ଜାରି ରହିଛି। ହୋଟେଲରେ ଫସି ରହିଥିବା ୫୩ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ତଥାପି, ୫୦ ରୁ ଅଧିକ ଲୋକ ଭିତରେ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସହାୟତା ମଧ୍ୟ ନିଆଯାଉଛି।

Share