ସାବୁନ ଦ୍ୱାରା ଘୁଞ୍ଚିଲା ୩ମହଲା ବିଲ୍ଡିଂ, ଭିଡିଓ ଭାଇରାଲ

ଅଟାଓ୍ବା,୧୨।୧୨: ନୂଆ ଘର ତୋଳିବାକୁ ହେଲେ ପ୍ରଥମେ ପୁରୁଣା ଘରକୁ ଭାଙ୍ଗିବାକୁ ପଡିଥାଏ। ପରେ ସେଠାରେ ନୂଆଘରର କାମ ଆରମ୍ଭ ହୋଇଥାଏ। ଯଦି ନିକଟରେ ହୋଇଥିବା ଘଟଣାନୁସାରେ ଆପଣଙ୍କୁ କହିବୁ ପୁରୁଣା ଘରକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ଏହାକୁ ଘୁଞ୍ଚା ଯାଇଛି କଣ ଆପଣ ବିଶ୍ୱାସ କରିବେ। କାନାଡାର ଏକ ସହର ନୈାବା ସ୍କୋଟିଆରେ ଏପରି ଘଟଣା ଦେଖିବାକୁ ମିଳିଛି। ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।

 

ନୈାବା ସ୍କୋଟିଆର ଏକ ରିଅଲ ଇଷ୍ଟେଷ୍ଟ କମ୍ପାନୀ ୧୯୭ବର୍ଷ ପୁରୁଣା ଏକ ବିଲ୍ଡିଂକୁ ଭାଙ୍ଗିବା ବଦଳରେ ପୁରା ବିଲ୍ଡିଂକୁ ଘୁଞ୍ଚାଇଦେଇଛି। ୭୦୦ଖଣ୍ଡ ସାବୁନ ବ୍ୟବହାର କରି ଶ୍ରମିକମାନେ ୨୨୦ଟନର ୩ମହଲା ବିଲ୍ଡିଂକୁ ଘୁଞ୍ଚାଇ ଦେଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ସୂଚନାଥାଉ କି, କାନାଡାର ସ୍କୋଟିଆ ସହରରେ ଏହି ବିଲ୍ଡିଂ ୧୮୨୬ରେ ତିଆରି କରାଯାଇଥିଲା। ଯାହାକୁ ପର ବୂହୁର୍ତ୍ତରେ ଏଲମ୍ବୁଡ ହୋଟେଲ ଭାବେ ପରିବର୍ତ୍ତନ କରାଯାଇଥିଲା। ୨୦୧୮ରେ ଏହି ବିଲ୍ଡିଂକୁ ଭାଙ୍ଗିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ଏହାକୁ ଭଙ୍ଗା ହେବ କି ନାହିଁ ଏହି ଦ୍ୱନ୍ଦ ଭିତରେ ରିଅଲ ଇଷ୍ଟେଷ୍ଟ କମ୍ପାନୀ ଗ୍ୟାଲେକ୍ସି ପ୍ରପୋଟିଜ ଏହି ବିଲ୍ଡିର ମାଲିକାନାକୁ କିଣି ନେଇଥିଲା। ଏବଂ ପର ମୂହୁର୍ତ୍ତରେ ଏହାକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ୩୦ଫୁଟ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ନେଇଥିଲା।

ଏହାକୁ ନେଇ କମ୍ପାନୀ ମାଲିକ ଶୋଲଡେନ ଶ୍ଟେନ କହିଛନ୍ତି, ଏହା ଏକ ଐତିହାସିକ ପଦକ୍ଷେପ। ନୂଆ ବିଲ୍ଡି ତିଆରି ହେବା ପରେ ପୁରୁଣା ବିଲ୍ଡିଂକୁ ଅନ୍ୟ ସ୍ଥାନକୁ ଶିଫ୍ଟ କରାଯିବାର ଯୋଜନା ରହିଛି। ଏପରି ଟେକ୍ନୋଲଜି ଦ୍ୱାରା ଐତିହାସିକ କାରୁକାର୍ଯ୍ୟକୁ ସଂରକ୍ଷିତ ରଖିବା ସହ ପୁର୍ନସ୍ଥାପିତ ମଧ୍ୟ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri