Categories: ଜାତୀୟ

ହୋଟେଲ କ୍ରିଷ୍ଣାରେ ଅଗ୍ନିକାଣ୍ଡ: ୨ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,୧୫ ।୮: ରାଜଧାନୀ ଦିଲ୍ଲୀର ଦ୍ୱାରକା ସେକ୍ଟର ୮ରେ ଥିବା ହୋଟେଲ କ୍ରିଷ୍ଣାରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଆଖପାଖରେ ଥିବା ଲୋକେ ଭୟଭିତ ହୋଇଯାଇଛନ୍ତି । ଏହି ଘଟଣା ସକାଳ ପ୍ରାୟ ସଢେ ସାତଟାରେ ହୋଇଥିବା କୁହାଯାଉଛି । ସୂଚନା ମିଳିବା କ୍ଷଣି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଘଟଣାସ୍ଥଳରେ ୮ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଅନ୍ୟପଟେ ହୋଟେଲ ଭିତରୁ ଏପର୍ଯ୍ୟନ୍ତ ଦୁଇ ଜଣଙ୍କ ମୃତଦେହ ମିଳିଥିବା ଜଣାପଡିଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

Share