ଭୁବନେଶ୍ୱର,୧୮।୪ (ବ୍ୟୁରୋ): ଅସହ୍ୟ କଲାଣି ତାତି। ଉପରମୁହାଁ ହେଉଛି ପାରଦ। ସକାଳ ଆଠଟାରୁ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ମଙ୍ଗଳବାର ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇଛି । ଦିନ ସାଢେ ୨ ଟା ସୁଦ୍ଧା ଭୁବନେଶ୍ୱରରେ ୪୨.୦୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଏହି ତାତିରେ ପଶୁ, ପକ୍ଷୀ ଜୀବଜଗତ ବ୍ୟତିବେସ୍ତ ହୋଇପଡ଼ୁଛନ୍ତି।