ଶୋଇବା ବେଳେ ଏହି ୭ ପ୍ରାଣୀଙ୍କୁ ଉଠାନ୍ତୁନାହିଁ, ହୋଇପାରେ ମୃତ୍ୟୁ

ଆଚାର୍ଯ୍ୟ ଚାଣକ୍ୟ ନିଜର ଏକ ଶ୍ଲୋକରେ ଏଭଳି ୭ ପ୍ରାଣୀଙ୍କ ବିଷୟରେ ଲେଖିଛନ୍ତି, ଯେଉଁମାନଙ୍କୁ ଶୋଇଥିବା ଅବସ୍ଥାରେ ଉଠାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିପାରେ ବୋଲି ଚାଣକ୍ୟ କହିଛନ୍ତି।
ଚାଣକ୍ୟ କୁହନ୍ତି,

-ରାଜାଙ୍କୁ ନିଦରୁ ଉଠାଇବା ଉଚିତ ନୁହେଁ। କାରଣ ନିଦରୁ ଉଠିଲେ ରାଜା ରାଗି ପାରନ୍ତି। ଉଠାଇଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେଇପାରନ୍ତି। ଏହା ମୃତ୍ୟୁ ମଧ୍ୟ ହୋଇପାରେ। ଏହା ରାଜା ମହାରାଜା ଥିବା ସମୟରେ କହିଥିଲେ।

-ସିଂହ ଶୋଇଥିବା ସମୟରେ ତାକୁ ଉଠାଇବା ନିଜ ମୃତ୍ୟୁକୁ ଡାକିବା ସହ ସମାନ। ଏଣୁ ଏଭଳି କରିବା ଠିକ୍‌ ନୁହେଁ।

– ସାପ ଯଦି ସ୍ଥିର ଅଛି ତେବେ ସେ ଶୋଇଛି। ଏହି ସମୟରେ ତା ସହ ଲାଗିବା ଠିକ୍‌ ନୁହେଁ। ଏହାଦ୍ୱାରା ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିପାରେ ବୋଲି ଚାଣକ୍ୟ କହିଛନ୍ତି।

– ଶିଶୁଙ୍କୁ ଶୋଇବା ସମୟରେ ହଇରାଣ କରିବା ଠିକ୍‌ ନୁହେଁ। କାରଣ ଶିଶୁମାନେ ଜିଦ୍‌ଖୋର। ବେଳେବେଳେ ସେମାନଙ୍କୁ ବୁଝାଇବା କଷ୍ଟକର। ଏହାଦ୍ୱାରା ଆପଣ ହଇରାଣରେ ପଡ଼ିପାରନ୍ତି।

-ହିଂସ୍ରକ ପଶୁମାନଙ୍କୁ ଶୋଇବାରୁ ଉଠାଇବା ଠିକ୍‌ ନୁହେଁ। ଯଦି କେହି ବ୍ୟକ୍ତି ତାଙ୍କୁ ଉଠାଏ ତେବେ ସେ ଆକ୍ରମଣ କରିପାରେ।

-ମୁର୍ଖ ବ୍ୟକ୍ତିଙ୍କୁ ମଧ୍ୟ ନିଦରୁ ଉଠାଇବା ବିପଦଜନକ। ମୁର୍ଖକୁ ବୁଝାଇବା ମଇଁଶି ଆଗରେ ବୀନ୍‌ ବଜାଇବା ଭଳି ହୋଇଥାଏ। ଆଉ ଯଦି ସେ ଉଠିଯାଏ ତେବେ ଆପଣଙ୍କୁ ଅସୁବିଧାରେ ପକାଇପାରେ।

-ସେହିଭଳି ବିଛାଙ୍କୁ ତଥା ଏହିଭଳି ଅନ୍ୟ କୀଟମାନଙ୍କୁ ଉଠାଇବା ଉଚିତ ନୁହେଁ। କାରଣ ସେ ନାହୁଡ଼ ମାରିପାରନ୍ତି। ଏହାଦ୍ୱାରା ଜୀବନ ବିପଦରେ ପଡ଼ିପାରେ।