ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ବିଧାନସଭାରେ ଉଠିଲା ଚିଟ୍‌ଫଣ୍ଡ ପ୍ରସଙ୍ଗ। ଯାହାକୁ ନେଇ ଭାଜପା ଏବଂ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏଥିପାଇଁ ବାଚସ୍ପତି ଅପରାହ୍ନ ୪ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଗୃହକୁ ୧୧.୩୦ ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ତଥାପି ଗୃହ ସୁରୁଖୁରୁରେ ଚାଲିପାରି ନଥିଲା। ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ତେବେ ବୈଠକରେ ମଧ୍ୟ କୌଣସି ସମାଧାନ ବାହାରି ନଥିବା ଯୋଗୁ ବାଚସ୍ପତି ପୁଣି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।

Share