ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ, ବୁଧବାର ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ମଙ୍ଗଳବାର ଆରମ୍ଭ ହୋଇଛି ବଜେଟ ଅଧିବେଶନ। ଏହି ସମୟରେ ବିଧାନସଭାରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସେହିପରି ବିରୋଧିଦଳ ନେତା ଏବଂ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଶୋକ ପ୍ରସ୍ତାବ ପରେ ଗୃହରେ ସମସ୍ତ ସଦସ୍ୟ ନିରବ ପ୍ରାର୍ଥନା କରିଥିଲେ। ଏଥିସହ ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ଓ ଗଙ୍ଗାଧର ଦାସଙ୍କ ଲାଗି ମଧ୍ୟ ଶୋକ ପ୍ରକାଶ କରାଯାଇଥିଲା। ଏହାପରେ ବାଚସ୍ପତି ବିଧାନସଭାକୁ ବୁଧବାର ପୂର୍ବାହ୍ନ ୧୦ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।

 

Share